www.samajalive.in
Tuesday, December 9, 2025
17.1 C
Bhubaneswar

ବିଶ୍ୱ ଶାନ୍ତି ପାଇଁ ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ଭାଗିଦାରୀ ସଂପର୍କ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ : ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ବିଶ୍ୱ ଶାନ୍ତି ପାଇଁ ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ଭାଗିଦାରୀ ସଂପର୍କ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ୧୫ତମ ଭାରତ-ୟୁରୋପୀୟ ସଂଘ ଶିଖର ବୈଠକରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ଓ ୟୁରୋପୀୟ ସଂଘ ଗଣତନ୍ତ୍ର, ବହୁରାଷ୍ଟ୍ରବାଦ ଓ ସମସ୍ତଙ୍କୁ ସାଙ୍ଗରେ ନେଇ ଅଗ୍ରସର ହେବା ଭଳି ମୂଲ୍ୟବୋଧରେ ବିଶ୍ୱାସ କରି ଆସୁଛନ୍ତି। ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ସମ୍ପର୍କକୁ ଆହୁରି ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଏହି ଶିଖର ବୈଠକ ଅନୁଷ୍ଠିତ ହେଉଛି। ଶିଖର ବୈଠକରେ ବାଣିଜ୍ୟ, ପ୍ରତିରକ୍ଷା ଓ ପୁଞ୍ଜିନିବେଶ ଭଳି କ୍ଷେତ୍ରରେ ସହଯୋଗ ବୃଦ୍ଧି ପ୍ରତି ଗୁରୁତ୍ୱାରୋପ କରାଯାଇଛି। ୟୁରୋପୀୟ ପରିଷଦ ସଭାପତି ଚାର୍ଲସ୍‍ ମିସେଲ୍‍ ଓ ୟୁରୋପୀୟ କମିଶନ ସଭାପତି ଉର୍ସୁଲା ବୋନ୍‍ ଦେର୍‍ ଲିୟେନ୍‍ ଶିଖର ବୈଠକରେ ୟୁରୋପୀୟ ସଂଘ ପ୍ରତିନିଧି ଦଳର ନେତୃତ୍ୱ ନେଇଛନ୍ତି।

ଭାରତ ଓ ୟୁରୋପୀୟ ସଂଘ ପରସ୍ପରର ପ୍ରକୃତ ଭାଗିଦାର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ଭାଗିଦାରୀ ସଂପର୍କ ବିଶ୍ୱରେ ଶାନ୍ତି ଓ ସ୍ଥିରତା ପାଇଁ ଉଦ୍ଦିଷ୍ଟ। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ବାସ୍ତବତା ସାମ୍ପ୍ରତିକ ବିଶ୍ୱ ପରିସ୍ଥିତିରେ ଆହୁରି ଅଧିକ ସ୍ପଷ୍ଟ ହୋଇଯାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି, କୋଭିଡ୍‍-୧୯ ଯୋଗୁଁ ଭାରତ-ୟୁରୋପୀୟ ସଂଘ ଶିଖର ବୈଠକକୁ ମାର୍ଚ୍ଚ ମାସରେ ବାତିଲ କରିବାକୁ ପଡ଼ିଥିଲା। ଆଜି ଅନ୍‍ଲାଇନ୍‍(ଭର୍ଚୁଆଲ) ମାଧ୍ୟମରେ ପଞ୍ଚଦଶ ଭାରତ-ୟୁରୋପୀୟ ସଂଘ ଶିଖର ବୈଠକ ଅନୁଷ୍ଠିତ ହୋଇଥିବାରୁ ସେ ସନ୍ତୋଷ ପ୍ରକାଶ କରିଛନ୍ତି। ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ୨୦୦୪ରୁ କୂଟନୈତିକ ସମ୍ପର୍କ ସ୍ଥାପନ ହେବା ପରଠାରୁ ଅନେକ ସଫଳତା ହାସଲ କରାଯାଇ ପାରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ୱରେ ସ୍ଥିରତା ପାଇଁ ଉଭୟ ପକ୍ଷ ମଧ୍ୟରେ ଭାଗିଦାରୀ ସମ୍ପର୍କ ଅତ୍ୟନ୍ତ ଅପରିହାର୍ଯ୍ୟ। ମାନବ ଜାତିର କଲ୍ୟାଣ ପାଇଁ ଭାରତ-ୟୁରୋପୀୟ ସଂଘ ଶିଖର ବୈଠକ ଯଥେଷ୍ଟ ଗୁରୁତ୍ୱ ବହନ କରେ। କୋଭିଡ୍‍-୧୯ ସଂକ୍ରମଣ ଯୋଗୁଁ ୟୁରୋପୀୟ ଦେଶଗୁଡ଼ିକରେ ମୃତ୍ୟୁ ବରଣ କରିଥିବା ଲୋକମାନଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଶୋକ ବ୍ୟକ୍ତ କରିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ପାଇଁ ଜଳବାୟୁ ପରିବର୍ତ୍ତନ ଓ ପରିବେଶର ସୁରକ୍ଷା ଯଥେଷ୍ଟ ଗୁରୁତ୍ୱ ବହନ କରୁଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ, ୟୁରୋପୀୟ ପରିଷଦ ସଭାପତି ଓ ୟୁରୋପୀୟ କମିଶନ୍‍ ସଭାପତି ପଞ୍ଚଦଶ ଶିଖର ବୈଠକରେ ସହ ଅଧ୍ୟକ୍ଷତା କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories