www.samajalive.in
Tuesday, December 9, 2025
16.1 C
Bhubaneswar

ମାସେ ହେଲା ଟିକାକରଣ କେନ୍ଦ୍ରରେ ତାଲା, ବଦଳି ପରେ ବି ଗାଦି ଛାଡୁନାହାଁନ୍ତି ସ୍ୱାସ୍ଥ୍ୟକର୍ମୀ

ଭୁବନେଶ୍ୱର :  ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ୍ ବାଳକାଟି ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ଟୀକାକରଣ କେନ୍ଦ୍ରରେ ତାଲା ଝୁଲିଛି । ଦିନେ କି ଦୁଇଦିନ ନୁହେଁ ଦୀର୍ଘ ୧ ମାସ ହେଲା କେନ୍ଦ୍ରଟି ବନ୍ଦ ଥିବାରୁ ଗର୍ଭବତୀ ମହିଳା ଏବଂ ନବଜାତ ଶିଶୁଙ୍କୁ ଟିକା ଦେବାରେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଯାହା ଆଜି ଦେଖିବାକୁ ମିଳିଥିଲା ବାଳକାଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ । ମାସର ପ୍ରତି ବୁଧବାର ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଗର୍ଭବତୀ ମହିଳା, ଶିଶୁଙ୍କୁ ବିଭିନ୍ନ ରୋଗ ପ୍ରତିଷେଧକ ଟିକା ଦିଆଯାଇଥାଏ । ଏହି ଟିକା ସକାଳ ୮ଟାରୁ ୧ଟା ପର୍ଯ୍ୟନ୍ତ ଦିଆଯାଇଥାଏ। ମାତ୍ର ମାସେ ହେବ ଉକ୍ତ ଟିକାକରଣ କେନ୍ଦ୍ରରେ ତାଲା ପଡିଥିବାରୁ ସ୍ୱାସ୍ଥ୍ୟକେନ୍ଦ୍ରର ପୁରୁଣା ବିଲ୍ଡିଂର ଏକ କୋଠରୀରେ ଟିକାକରଣ କରାଯାଉଛି।

ଉଲ୍ଲେଖ୍ୟଯୋଗ୍ୟ ଯେ, ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ଦାୟିତ୍ୱରେ ଥିବା ଜନୈକ ସ୍ୱାସ୍ଥ୍ୟକର୍ମୀ କାର୍ୟ୍ୟରେ ଅବହେଳା ଯୋଗୁଁ ତାଙ୍କୁ ଗତମାସ ୪ ତାରିଖରୁ ବୋଲଗଡ ବ୍ଲକ୍ ବାଙ୍କୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅରଖପଲି ଉପ-ସ୍ୱାସ୍ଥ୍ୟକେନ୍ଦ୍ରକୁ ବଦଳି କରାଯାଇଥିଲା । ମାତ୍ର ସରକାରଙ୍କ ଏହି ନିର୍ଦେଶକୁ ସେ ଅବମାନନା କରି ଆଜି ଯାଏ ସେଠାରେ ଯୋଗ ଦେଇନାହାନ୍ତି । ସେହିପରିି ବାଳକାଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସମ୍ପୃକ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ରିଲିଭ୍ କରାଯାଇଥିଲେ ମଧ୍ୟ ସେ ଦାୟିତ୍ବ ହସ୍ତାନ୍ତର କରୁନାହାନ୍ତି । ଏଥିପାଇଁ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ବାରମ୍ବାର ଚିଠି ଦିଆଯାଇଥିଲେ ହେଁ ସେ ଚିଠି ଗ୍ରହଣ କରୁନଥିବା ଭାରପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀ ତନ୍ମୟ ତ୍ରୀପାଠି କହିଛନ୍ତି। ଏପରିକି ତାଙ୍କ କ୍ୱାର୍ଟର୍ସ ଠିକଣାରେ ଚିଠି ପଠା ଯାଇଥିଲେ ତାଙ୍କୁ ମଧ୍ୟ ଗ୍ରହଣ କରୁନଥିବା କହିଛନ୍ତି । କେବଳ ସେତିକି ନୁହେଁ ଟିକାକରଣ କେନ୍ଦ୍ରର ଚାବି ଦେଉନାହାଁନ୍ତି କି ସରକାରୀ କ୍ୱାର୍ଟର୍ସ ମଧ୍ୟ ଛାଡୁନାହାଁନ୍ତି। ଅପରପକ୍ଷରେ ଟିକାକରଣ କେନ୍ଦ୍ରରେ ଗ୍ରାମ୍ୟ ସ୍ୱାସ୍ଥ୍ୟ ପୁଷ୍ଟିକର ଦିବସ (ଭି.ଏଚ୍.ଏନ୍.ଡି )ନିମନ୍ତେ ମହଜୁଦ୍ ଥିବା ଉପକରଣ, ଜାତୀୟ ଦୁରାରୋଗ୍ୟ ନୀରିକ୍ଷଣ(ଏନ୍.ସି.ଡି) କରିବା ପାଇଁ ଉପକରଣ ଏବଂ ନବଜାତ ଶିଶୁ ଓ ଗର୍ଭବତୀ ମହିଳାଙ୍କ ପଞ୍ଜିକୃତ ରେଜିଷ୍ଟାର ହସ୍ତାନ୍ତର କରିନାହାନ୍ତି। ଫଳରେ ବିଭିନ୍ନ ସରକାରୀ ତଥ୍ୟ ରଖିବାପାଇଁ ଅସୁବିଧାର ସମ୍ମୁଖିନ ହେଉଛନ୍ତି କର୍ମକର୍ତ୍ତା। ଏପଟେ ଟିକାକରଣ କେନ୍ଦ୍ର ତାଲା ନ ଖୋଲିବାରୁ ରୋଗୀ ଏବଂ ରୋଗୀ ସମ୍ପର୍କିୟ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ସରକାରୀ କାର୍ୟ୍ୟରେ ବାଧା ସୃଷ୍ଟି ହୋଇଛି। ସମ୍ପୃକ୍ତ ଘଟଣାକୁ ନେଇ ଜିଲା ସ୍ୱାସ୍ଥ୍ୟଅଧିକାରୀଙ୍କ ଦୃଷ୍ଟିଗୋଚର କରାଯାଇଛି ବୋଲି ଡ. ତ୍ରିପାଠୀ କହିଛନ୍ତି। ସେହିପରି ବର୍ତ୍ତମାନ କରୋନା କଟକଣା ଯୋଗୁଁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବା ଏବଂ ସରକାରୀ ନିୟମକୁ ମାନିବା ପାଇଁ କଡା ନିର୍ଦେଶ ଥିବା ସତ୍ତ୍ବେ ଏହାକୁ ଖୋଲାଖୋଲି ଉଲ୍ଲଘଂନ କରୁଛନ୍ତି ସମ୍ପୃକ୍ତ ସ୍ୱାସ୍ଥ୍ୟକର୍ମୀ । ଏଥିପ୍ରତି ଦୃଷ୍ଟି ଦେବାକୁ ବିଭାଗୀୟ ମନ୍ତ୍ରୀ, ସଚିବ ଏବଂ ଉଚ୍ଚପଦସ୍ଥ ଅଧିକାରୀଙ୍କ ନିକଟରେ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି। ଆଗାମୀ ଦିନରେ ଏହାର ସମାଧାନ ନହେଲେ ଜନଆନ୍ଦୋଳନ ହେବବୋଲି ଚେତାବନୀ ଦେଇଛନ୍ତି ସ୍ଥାନୀୟ ବାସିନ୍ଦା ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories