www.samajalive.in
Monday, December 8, 2025
27.1 C
Bhubaneswar

ଆଜିଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ୫ ଦିନିଆ ଆମେରିକା ଗସ୍ତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଠାରୁ ୫ ଦିନିଆ ଆମେରିକା ଗସ୍ତରେ ଯାଉଛନ୍ତି। ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହିତ ସେପ୍ଟେମ୍ବର ୨୪ ତାରିଖରେ ହ୍ୱାଇଟ ହାଉସରେ ଦ୍ୱିପାକ୍ଷିକ ବୈଠକରେ ମିଳିତ ହେବେ। ଏହା ବାଇଡେନଙ୍କ ସହିତ ପ୍ରଥମ ସିଧାସଳଖ ବୈଠକ ହେବ। ଦୁଇନେତା ଭର୍ଚୁଆଲ ପଦ୍ଧତିରେ ପରସ୍ପରକୁ ଅନେକ ଥର ଭେଟିସାରିଛନ୍ତି। ସେଥିମଧ୍ୟରେ ଚଳିତ ବର୍ଷ ମାର୍ଚ୍ଚରେ ଅନୁଷ୍ଠିତ କ୍ୱାଡ ବୈଠକ, ଏପ୍ରିଲରେ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ସମ୍ମିଳନୀ ଏବଂ ଜୁନ୍‍ ମାସରେ ଜି-୭ ବୈଠକ ଅନ୍ତର୍ଭୁକ୍ତ। ସୂଚନାଯୋଗ୍ୟ ଯେ ପ୍ରାୟ ଛଅମାସ ପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପ୍ରଥମ ଥର ପାଇଁ ବିଦେଶ ଗସ୍ତରେ ଯାଉଛନ୍ତି। ମୋଦି ଓ ବାଇଡେନ ମୁହାଁମୁହିଁ ଆଲୋଚନା କାଳରେ ବାଣିଜ୍ୟ, ନିବେଶ ଏବଂ ପ୍ରତିରକ୍ଷା ଓ ନିରାପତ୍ତା ଆଦି କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କ ଅଧିକ ସୁଦୃଢ କରିବା ସମ୍ପର୍କରେ ଆଲୋଚନା କରିବା ଆଶା କରାଯାଉଛି। ଏଥିସହିତ ଉଭୟ ଆଫଗାନିସ୍ତାନ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିବ ଆଶା ରହିଛି।
ଭାରତର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ମୋ÷ଳବାଦ ଓ ଆତଙ୍କବାଦର କିଭଳି ମୁକାବିଲା କରାଯିବ ଏବଂ ତାହାସହିତ ପ୍ରମୁଖ ଆଞ୍ଚଳିକ ସମସ୍ୟାଗୁଡିକର କିଭଳି ସମାଧାନ କରାଯିବ, ସେ ସମ୍ପର୍କରେ ଦୁଇ ନେତା ଆଲୋଚନା କରିପାରନ୍ତି। ପ୍ରଧାନମନ୍ତ୍ରୀଙ୍କ ସହିତ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ବୈଦେଶିକ ସଚିବ ହର୍ଷ ସିଙ୍ଗଲା ମଧ୍ୟ ଆମେରିକା ଯାଉଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ସେଠାରେ ଆମେରିକାର ଉପରାଷ୍ଟ୍ରପତି କମଳା ହାରିସଙ୍କୁ ମଧ୍ୟ ଭେଟିବା କାର୍ଯ୍ୟକ୍ରମ ରହିଛି। ଆମେରିକା ନେତୃବୃନ୍ଦଙ୍କ ସହିତ ଦ୍ୱିପାକ୍ଷିକ ବୈଠକରେ ଯୋଗଦେବା ସହିତ ପ୍ରଧାମନ୍ତ୍ରୀ ୱାଶିଂଟନରେ ସେପ୍ଟେମ୍ବର ୨୪ରେ ହେବାକୁ ଥିବା କ୍ୱାଡ ବୈଠକରେ ଶାରୀରିକ ଭାବରେ ଉପସ୍ଥିତ ରହିବେ। ଉକ୍ତ ବୈଠକରେ ବିଶ୍ୱ ସାମନା କରୁଥିବା ସମକାଳୀନ ଆହ୍ୱାନମୂଳକ ପରିସ୍ଥିତି, ଆଫଗାନ ସଙ୍କଟ, କୋଭିଡ ମହାକାରୀ ଏବଂ ଏକ ଅବାଧ ଓ ମୁକ୍ତ ଭାରତ-ପ୍ରଶାନ୍ତ ମହାସାଗରୀ କ୍ଷେତ୍ରକୁ ସୁନିଶ୍ଚିତ କରିବା ଭଳି ପ୍ରସଙ୍ଗ ସ୍ଥାନ ପାଇବା ଆଶା କରାଯାଉଛି। ଏହାପରେ ସେପ୍ଟେମ୍ବର ୨୫ରେ ପ୍ରଧାନମନ୍ତ୍ରୀ ଜାତିସଂଘର ସାଧାରଣ ପରିଷଦ ଅଧିବେଶନରେ ନ୍ୟୁୟର୍କରେ ଯୋଗଦେବେ। ରବିବାର ପ୍ରଧାନମନ୍ତ୍ରୀ ମୋଦି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାଯାଇଛି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories