www.samajalive.in
Saturday, December 6, 2025
16.1 C
Bhubaneswar

ମହାରାଷ୍ଟ୍ରର ରାୟଗଡ଼ରେ କୋଠା ଭୁଷୁଡ଼ିବା ଘଟଣା ; ଟ୍ୱିଟ କରି ଗଭୀର ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ମହାରାଷ୍ଟ୍ର : ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ପାଞ୍ଚ ମହଲା ବିଶିଷ୍ଟ କୋଠାଘର ଭୁଷୁଡ଼ିବା ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିବା ସହ ଟ୍ୱିଟ କରିଛନ୍ତି। ସେ ଟ୍ୱିଟ କରି ଜଣାଇଛନ୍ତି , ମହାରାଷ୍ଟ୍ର ରାୟଗଡ଼ରେ କୋଠା ଭୁଷୁଡ଼ିବା କାରଣରୁ ମତେ ଖୁବ ଦଃଖ ଲାଗିଛି। ଏହି ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଓ ଆହତ ହୋଇଥିବା ପରିବାରଙ୍କ ପ୍ରିୟଜନ ପ୍ରତି ମୁଁ ନିଜର ଗଭୀର ଦୁଃଖ ପ୍ରକାଶ କରୁଛି। ଗୁରୁତର ଆହତଙ୍କର ଆଶୁ ଆରୋଗ୍ୟ କାମନା କରୁଛି। ଘଟଣାସ୍ଥଳରେ ସ୍ଥାନୀୟ ଅଧିକାରୀ ଓ ଏନଡ଼ିଆରଏଫ ଦଳ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ଜାରି ରଖିବା ସହ ଯଥାସମ୍ଭବ ସମସ୍ତ ପ୍ରକାର ସହାୟତା ଜାରି ରଖିଛନ୍ତି।
ଗତକାଲି ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଏକ ୫ ମହଲା କୋଠାର ଉପର ୩ ମହଲା ଭୁଶୁଡ଼ି ପଡ଼ିଥିଲା  । ଏହି ଘଟଣାରେ ୨ ଜଣଙ୍କର ମୃତ୍ୟ ହେବା ସହ ୧୭ ଜଣ ଗୁରୁତର ରହିଛନ୍ତି ଓ ଅନେକଙ୍କୁ ଉଦ୍ଧାର କରାଯାଇଛି। ପୁଲିସ ସୂଚନା ଅନୁଯାୟୀ ଏହି ଘରଟି ପ୍ରାୟ ୧୦ ବର୍ଷର। ବର୍ତମାନ ମଧ୍ୟ ୧୮ ଜଣ ଫସିରହିଛନ୍ତି। ବର୍ତମାନ ମଧ୍ୟ ଏନଡ଼ିଆରଏଫ ଦଳ ଉଦ୍ଧାର କାର୍ଯ୍ୟ ଜାରି ରହିଛନ୍ତି। ଏହି ବଡ଼ ଅଟ୍ଟାଳିକାରେ ପ୍ରାୟ ୪୭ଟି ପରିବାରର ୨୦୦ରୁ ଅଧିକ ଲୋକ ରହୁଥିଲେ ।

 

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories