www.samajalive.in
Monday, December 8, 2025
14.1 C
Bhubaneswar

ଆସନ୍ତାକାଲି ‘ସ୍ବଚ୍ଛ ଟିକସ ବ୍ୟବସ୍ଥା-ସଚ୍ଚୋଟଙ୍କୁ ସମ୍ମାନ’  କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଗୁରୁବାର ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ‘ସ୍ବଚ୍ଛ ଟିକସ ବ୍ୟବସ୍ଥା-ସଚ୍ଚୋଟଙ୍କୁ ସମ୍ମାନ’ (ପାରଦର୍ଶୀ କରଦାନ- ଇମାନଦାର କା ସମ୍ମାନ) କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ-ସିବିଡିଟି ପ୍ରତ୍ୟକ୍ଷ ଟିକସ କ୍ଷେତ୍ରରେ ଏଇ କିଛିବର୍ଷ ଭିତରେ ଅନେକ ବଡ଼ ବଡ଼ ସଂସ୍କାର ଆଣିଛି। ଗତବର୍ଷ ଉଦ୍ୟୋଗ ଟିକସ ହାର ଶତକଡ଼ା ୩୦ ଭାଗରୁ ଶତକଡ଼ା ୨୨ ଭାଗକୁ ହାସ କରାଯାଇଥିବା ବେଳେ ନୂଆ କଞ୍ଚାମାଲ ଉତ୍ପାଦନକାରୀ ଶିଳ୍ପଗୁଡ଼ିକ ପାଇଁ ଟିକସ ହାରକୁ ଶତକଡ଼ା ୧୫ ଭାଗକୁ ହ୍ରାସ କରାଯାଇଛି। ଏଥିସହିତ ଲାଭାଂଶ ବଣ୍ଟନ ଟିକସକୁ ମଧ୍ୟ ଶେଷ କରି ଦିଅଯାଇଛି।

ଟିକସ ସଂସ୍କାରର ମୂଳଲକ୍ଷ୍ୟ ହେଉଛି ଟିକସ ହାରକୁ କମ୍‍ କରିବା ଓ ପ୍ରତ୍ୟକ୍ଷ ଟିକସ ଆଇନକୁ ସରଳ କରିବା। ଆୟକର ବିଭାଗର କାର୍ଯ୍ୟଶୈଳୀରେ ସ୍ୱଚ୍ଛତା ଆଣିବା ଓ ଏହାକୁ ଅଧିକ ସହଜ କରିବା ପାଇଁ ସିବିଡିଟି ଅନେକ ପଦକ୍ଷେପ ଗ୍ରହଣ କରିଛି। ଏହି ସଂସ୍କାରଗୁଡ଼ିକ ମଧ୍ୟରେ ନୂଆକରି ଲାଗୁ ହୋଇଥିବା ଦସ୍ତାବିଜ ଚିହ୍ନଟ ନମ୍ବର ଜରିଆରେ ଯୋଗାଯାଗ ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ କରିବା ଅନ୍ତର୍ଭୁକ୍ତ। ଏହା ଦ୍ୱାରା ଆୟକର ବିଭାଗ ଦ୍ୱାରା ଯେକୌଣସି ଯୋଗାଯୋଗ ଉପରେ କମ୍ପ୍ୟୁଟର ଦ୍ୱାରା ଏକ ସ୍ୱତନ୍ତ୍ର ଦସ୍ତାବିଜ ଚିହ୍ନଟ ନମ୍ବର ମିଳିଯିବ। ସେହିଭଳି ଅଧିକ ସଂଖ୍ୟାରେ ଲୋକମାନେ ଟିକସ ଦେବା ପାଇଁ ଆୟକର ବିଭାଗ ଦ୍ୱାରା ଆୟକର ରିଟର୍ଣ୍ଣର ଆଗୁଆ ପୂରଣ ଦିଗରେ ପଦକ୍ଷେପ ନିଆଯାଇଛି। ଏହାଦ୍ୱାରା ବ୍ୟକ୍ତିଗତ ଆୟକର
ଟିକସଦାତାମାନେ ବାଧ୍ୟ ହୋଇ ଟିକସ ଦେବେ। ଏଥିସହିତ ଷ୍ଟାର୍ଟ-ଅପ୍‍ କମ୍ପାନିଗୁଡ଼ିକ ପାଇଁ ଟିକସ ନିୟମକୁ ମଧ୍ୟ ସରଳ କରାଯାଇଛି।
ବକେୟା ଟିକସ ମାମଲା ଗୁଡ଼ିକର ସମାଧାନ ପାଇଁ ଆୟକର ବିଭାଗ ଦ୍ୱାରା ପ୍ରତ୍ୟକ୍ଷ ଟିକସ ‘ବିବାଦରୁ ବିଶ୍ୱାସ ଆଇନ-୨୦୨୦’ ପ୍ରସ୍ତୁତ କରାଯାଇଛି। ଏହି ଆଇନ ଅନୁସାରେ ଆୟକର ସମ୍ବନ୍ଧୀୟ ବିବାଦଗୁଡ଼ିକର ସମାଧାନ କରାଯାଉଛି। ଟିକସଦାତାମାନଙ୍କର ଆପତ୍ତି ଅଭିଯୋଗ ଓ ମୋକଦ୍ଦମା ସଂଖ୍ୟା କମ୍‍ କରିବା ପାଇଁ ବିଭିନ୍ନ ଆପିଲେଟ୍‍ କୋର୍ଟରେ ଆବେଦନ କରିବା ପାଇଁ ଆର୍ଥିକ ଫି’ ବୃଦ୍ଧି କରାଯାଇଛି।
ଡିଜିଟାଲ୍‍ ଉପାୟରେ ନେଣଦେଣ ଓ ଇଲେକ୍‍ଟ୍ରୋନିକ୍‍ ମାଧ୍ୟମରେ ପୈଠ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। କୋଭିଡ୍‍-୧୯ ସମୟରେ ଟିକସଦାତାମାନେ ଯେପରି ବିଶେଷ ଅସୁବିଧା ଭୋଗ ନ କରିବେ, ସେଥିପାଇଁ ଆୟକର ବିଭାଗ ମଧ୍ୟ ଅନେକ ପଦକ୍ଷେପ ନେଇଛି। ଏଥିପାଇଁ ରିଟର୍ଣ୍ଣ ଦାଖଲର ସମୟସୀମାକୁ ସଂପ୍ରସାରଣ କରାଯାଇଛି।
ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆସନ୍ତାକାଲି ଏହି ବ୍ୟବସ୍ଥାର ଶୁଭାରମ୍ଭ ସହ ପ୍ରତ୍ୟକ୍ଷ ଟିକସ ସଂସ୍କାରକୁ ଆହୁରି ଅଧିକ ବ୍ୟାପକ କରାଯାଇ ପାରିବ।
ଏହି ଅବସରରେ ବିଭିନ୍ନ ବଣିକ ସଂଘର ପ୍ରତିନିଧି, ଶ୍ରମିକ ସଂଘର ପ୍ରତିନିଧି, ଚାଟାର୍ଡ ଆକାଉଣ୍ଟାଣ୍ଟ୍‍ ସଂଘ ଓ ବଡ଼ବଡ଼ ଟିକସଦାତାମାନେ
ଉପସ୍ଥିତ ରହିବେ। ଏହାଛଡ଼ା ଆୟକର ବିଭାଗର ବହୁ କର୍ମକର୍ତ୍ତା କାର୍ଯ୍ୟକ୍ରମରେ ଭାଗ ନେବେ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଅର୍ଥରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories