www.samajalive.in
Thursday, December 11, 2025
23.1 C
Bhubaneswar

ତୈଳ ଉପରୁ ଭାଟ୍‌ ହ୍ରାସ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଅପିଲ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନା ସମୟ​‌ରେ ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ ମାନଙ୍କ ସହ କଥା ହେବା ସହିତ ପେଟ୍ରୋଲ ଡିଜେଲ ଉପରୁ ଭାଟ୍‌ ହ୍ରାସ, କୋଭିଡ୍‌ ମୁକାବିଲା ଓ ଯୁଦ୍ଧ ପ୍ରସଙ୍ଗକୁ ନେଇ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ଦେଶର ମୁଖ୍ୟମମନ୍ତ୍ରୀ ମାନଙ୍କୁ  ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ୍‌ ହ୍ରାସ କରିବାକୁ ଅପିଲ କରିଛନ୍ତି । ତାହାସହ ସେ ଆହୁରି ମଧ୍ୟ କହିଛନ୍ତି କିଛି ରାଜ୍ୟରେ ପେଟ୍ରୋଲ ଡିଜେଲ ଦର ଅନ୍ୟ ରାଜ୍ୟଠାରୁ ଅଧିକ ରହିଛି । କେନ୍ଦ୍ର ଡ୍ୟୁଟି ହ୍ରାସ ପରେ ରାଜ୍ୟ ମାନଙ୍କୁ ଭାଟ୍‌ ହ୍ରାସ ପାଇଁ ସରକାର କହିଥିଲେ  ।

ହେଲେ କିଛି ରାଜ୍ୟ ଭାଟ୍‌ ହ୍ରାସ କରିଥିବା ବେଳେ କିଛି ରାଜ୍ୟ ଭାଟ୍‌ ହ୍ରାସ କରିନାହାନ୍ତି । ଯାହାଫଳରେ ସାଧାରଣ ଲୋକ ନାହିଁନଥିବାର ହଇରାଣ ହେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ମୋଦି ତାଙ୍କ ବିବୃତିରେ ଆହୁରି ମଧ୍ୟ କହିଛନ୍ତି କି ଏହାରି ଭିତରେ ୬ମାସ ବିତିଗଲାଣି । ଲୋକମାନେ ତୈଳ ଦରକୁ ନେଇ ବହୁ ଅସୁବିଧାର ସମ୍ମୁଖୀନ ହେଲେଣି । ରାଜ୍ୟ ସରକାର ଭାଟ୍‌ ହ୍ରାସକରି ନିଜ ରାଜ୍ୟବାସୀଙ୍କୁ ସୁବିଧାରେ ତୈଳ ଯୋଗାଇଦିଅନ୍ତୁ ବୋଲି ସେ କହିଛନ୍ତି । ଏଥି ସହିତ ଭାଟ୍‌ କାଟିବାକୁ ନେଇ କିଛି ରାଜ୍ୟର ଉଦାହରଣ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Hot this week

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

ଦିଲ୍ଲୀ ବିସ୍ଫୋରଣ : ଆଉ ଜଣେ ଡାକ୍ତର ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ଲାଲକିଲା ବିସ୍ଫୋରଣ ଘଟଣାରେ ଏନଆଇଏ ଜାମ୍ମୁ-କାଶ୍ମୀରର ବାରମୂଲାରୁ...

Related Articles

Popular Categories