www.samajalive.in
Wednesday, December 10, 2025
18.1 C
Bhubaneswar

କରୋନା ବିପଦ ଟଳି ନାହିଁ,ସତର୍କ ରୁହ – ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପୁଣି ଧିରେ ଧିରେ ଦେଶରେ ବୃଦ୍ଧି ହେଉଛି କରୋନା ସଂକ୍ରମଣ। କରୋନାର ବୃଦ୍ଧି ପାଉଥିବା ମାମଲାକୁ ନଜରରେ ରଖି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି। ଏହି ବୈଠକରେ ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଅନ୍ୟ ଦେଶ ତୁଳନାରେ ଆମ ଦେଶରେ କରୋନା ନିୟନ୍ତ୍ରଣରେ ରଖିଛୁ। ମାତ୍ର କରୋନା ବିପଦ ଏଯାଏଁ ଟଳି ନାହିଁ। ଓମିକ୍ରନ ଓ ଏହାର ଉପପ୍ରକରଣ କୌଣସି ପ୍ରକାରେ ଗମ୍ଭୀର ପରିସ୍ଥିତି ସୃଷ୍ଟି କରିବାର ସମ୍ଭାବନା ରହିଛି। ଯାହା କି ୟୁରୋପର ଦେଶରେ ଦେଖାଯାଇଛି। ଗତ କିଛି ମାସରେ ଏହି ପ୍ରକରଣର ମାମଲା ବୃଦ୍ଧି ପାଇଛି। କିଛି ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସତର୍କ ରହିବାକୁ ପଡିବ। ତୃତୀୟ ଲହର ବେଳେ ଦୈନିକ ୩ ଲକ୍ଷ ମାମଲା ସାମ୍ନାକୁ ଆସୁଥିଲା। ସେହି ସମୟରେ ସବୁ ରାଜ୍ୟ ଏହାର ସଫଳତାର ସହ ମୁକାବିଲା କଲେ। କରୋନା ବିରୁଦ୍ଧରେ ଲଢେଇ ଲଢି ଚାଲିବା, ରାସ୍ତା ବାହାର କରିବା। ଭାରତ ଅତି ଦୃଢତାର ସହ କରୋନା ବିରୁଦ୍ଧରେ ଲଢେଇ କରିଛି।
ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ହେଉଥିବା ଏହି ବୈଠକରେ କହିଛନ୍ତି, ଗତ ୨ ବର୍ଷରେ କରୋନାକୁ ନେଇ ୨୪ଟି ବୈଠକ କରାଯାଇଛି। କରୋନା ସମୟରେ କେନ୍ଦ୍ର ଓ ରାଜ୍ୟ ମିଳିତ ଭାବେ ପରସ୍ପର ସହ ସହଯୋଗ କରି କାର୍ଯ୍ୟ କରିଛନ୍ତି। ଆଗକୁ ମଧ୍ୟ ଏପରି କାର୍ଯ୍ୟ କରାଯିବ। ଏହାସହ କରୋନା ବିରୁଦ୍ଧରେ ଲଢେଇରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ସମସ୍ତ କରୋନା ଯୋଦ୍ଧାଙ୍କୁ ପ୍ରଧାନମନ୍ତ୍ରୀ ପ୍ରଂଶସା କରିଛନ୍ତି।

 

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories