www.samajalive.in
Saturday, December 6, 2025
26.1 C
Bhubaneswar

ଚୁଡ଼ାନ୍ତ ପର୍ଯ୍ୟାୟରେ ତିନୋଟି ଟିକା; ପଡ଼ୋଶୀ ଦେଶ ସହ ମିଶି ଗବେଷଣା ଚଳାଇଛି ଭାରତ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର କୋଭିଡ୍‍-୧୯ ପରିସ୍ଥିତି ଓ ଦେଶରେ କୋଭିଡ୍‍ ପ୍ରତିଷେଧକ ପହଞ୍ଚାଇବା, ବଣ୍ଟନ କରିବା ଓ ଏହା କିପରି  ଲୋକଙ୍କ ପାଖରେ ପହଞ୍ଚିବ ସେ ନେଇ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି।

ଦେଶରେ କୋଭିଡରେ ସଂକ୍ରଣ ସଂଖ୍ୟାରେ ଧୀରେ ଧୀରେ ଅବନତି ଘଟୁଛି ବୋଲି ଶ୍ରୀ ମୋଦୀ କହିଛନ୍ତି। ତିନୋଟି ଟିକା ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଓ ତାହା ମଧ୍ୟରୁ ଦୁଇଟି ଟିକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷା ଚାଲିଛି। ଭାରତୀୟ ବୈଜ୍ଞାନିକ ଓ ଗବେଷକ ଦଳ ଭୁଟାନ, ଆଫ୍‍ଗାନିସ୍ତାନ, ବାଙ୍ଗଲାଦେଶ, ମାଳଦୀପ, ମରିସସ୍‍, ନେପାଳ ଓ ଶ୍ରୀଲଙ୍କା ଭଳି ପଡ଼ୋଶୀ ଦେଶଗୁଡ଼ିକ ସହ ମିଶି ଗବେଷଣା ଚଳାଇଛନ୍ତି। ବାଙ୍ଗଲାଦେଶ, ମ୍ୟାଁମାର୍‍, କତାର୍‍ ଓ ଭୁଟାନ ସେମାନଙ୍କ ଦେଶରେ ଟିକାର କ୍ଲିନିକାଲ୍‍ ଟ୍ରାଏଲ୍‍ ପାଇଁ ଭାରତକୁ ଅନୁରୋଧ କରିଛନ୍ତି। ବିଶ୍ୱ ସମ୍ପ୍ରଦାୟକୁ ସାହାଯ୍ୟ କରିବାର ଉଦ୍ୟମ ସ୍ୱରୂପ ପ୍ରଧାନମନ୍ତ୍ରୀ କେବଳ ନିଜର ପଡ଼ୋଶୀ ଦେଶମାନଙ୍କ ପାଇଁ ନୁହେଁ ସମଗ୍ର ବିଶ୍ୱକୁ ଲକ୍ଷ୍ୟରେ ରଖି ଟିକା, ଔଷଧ ଓ ପ୍ରତିଷେଧକ ପହଞ୍ଚାଇବା ପାଇଁ ଆଇଟି ସୁବିଧା ଉପରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
କୋବିଡ୍‍-୧୯ ଟିକା ସଂପର୍କରେ ଜାତୀୟ ବିଶେଷଜ୍ଞ ଗୋଷ୍ଠୀ ରାଜ୍ୟ ସରକାର ଓ ଅନ୍ୟ ଭାଗିଦାରମାନଙ୍କ ସହ ପରାମର୍ଶ କରି ପ୍ରତିଷେଧକର ମହଜୁଦ, ବଣ୍ଟନ ଓ ପ୍ରତିଷେଧକ ଦିଆଯିବା ସଂକ୍ରାନ୍ତରେ ଏକ ବିସ୍ତୃତ ଯୋଜନାର ରୂପ ରେଖ ଉପସ୍ଥାପନ କରିଛନ୍ତି। ଅଗ୍ରାଧିକାର ଭିତ୍ତିରେ ଟିକା ଦିଆଯିବା ଲାଗି ଏହି ବିଶେଷଜ୍ଞ ଗୋଷ୍ଠୀ ରାଜ୍ୟଗୁଡ଼ିକ ସହ ବିଚାର ବିମର୍ଷ କରି କାର୍ଯ୍ୟ ଚଳାଇଛନ୍ତି। ଦେଶର ଭୌଗଳିକ ବିବିଧତାକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ ଯେପରି ଖୁବ୍‍ ଶୀଘ୍ର ଟିକା ଦିଆଯାଇ ପାରିବ ସେଥିପାଇଁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଟିକା ପ୍ରସ୍ତୁତ ହୋଇଯିବା ପରେ ତାହାକୁ ପହଞ୍ଚାଇବା ଓ ଲୋକମାନଙ୍କୁ ଦେବା ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରିବା ପ୍ରତି ସେ ଗୁରୁତ୍ୱାରୋପ କରିଛନ୍ତି। କୋଭିଡ୍‍ ସଂକ୍ରମଣ ସମୟରେ ଦେଶରେ ସଫଳତାର ସହ ନିର୍ବାଚନ କାର୍ଯ୍ୟ ସମ୍ପନ୍ନ କରିବା ଓ ଦୁର୍ବିପାକର ପରିଚାଳନା କରିବାରୁ ମିଳିଥିବା ଅଭିଜ୍ଞତାକୁ ଦେଶରେ ଟିକା ପହଞ୍ଚାଇବା ଦିଗରେ ଉପଯୋଗ କରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ଯଦିଓ ଦୈନିକ ସଂକ୍ରମଣ ହାର ହ୍ରାସ ପାଉଛି ତଥାପି କୋଭିଡ୍‍ ନିୟମ କଡ଼ାକଡ଼ି ଭାବେ ପାଳନ ପାଇଁ ପ୍ରଧାନମନ୍ତ୍ରୀ ସତର୍କ କରାଇଛନ୍ତି।

- Advertisement -

ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଶାରୀରିକ ଦୂରତା ବଜାୟ ରଖିବା, ମାସ୍କ୍‍ ପରିଧାନ କରିବା, ବାରମ୍ବାର ହାତକୁ ସାବୁନରେ ଧୋଇବା ଓ ସାନିଟାଇଜ୍‍ କରିବା ଏବଂ ପରିଷ୍କାର ପରିଚ୍ଛନତା ନିୟମଗୁଡ଼ିକର ସଠିକ୍‍ ରୂପେ ପାଳନ କରିବାକୁ ସେ ଗୁରୁତ୍ୱାରୋପ କରିଛନ୍ତି। ଏହି ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ, ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ, ନିତିଆୟୋଗ ସଦସ୍ୟ, ପ୍ରଧାନ ବିଜ୍ଞାନ ଉପଦେଷ୍ଟା, ବରିଷ୍ଠ ବୈଜ୍ଞାନିକ ବୃନ୍ଦ, ପିଏମ୍‍ଓର ଅଫିସର ବୃନ୍ଦ ଓ ଅନ୍ୟ ସରକାରୀ ବିଭାଗର ଅଫିସରମାନେ ଅଂଶଗ୍ରହଣ କରିଥିଲେ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories