www.samajalive.in
Wednesday, December 10, 2025
26.1 C
Bhubaneswar

ଭାରତୀୟ ବୈଜ୍ଞାନିକଙ୍କ ପ୍ରତିଭା ଓ ଦକ୍ଷତା ଅତୁଳନୀୟ – ପ୍ରଧାନମନ୍ତ୍ରୀ

ସମାଜ ପୋର୍ଟାଲ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଦେଶରେ ଗବେଷଣା ଓ ନବୀକରଣର ଏକ ଉତ୍ତମ ବାତାବରଣ ସୃଷ୍ଟି କରିବାକୁ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଜାତୀୟ ବିଜ୍ଞାନ ଦିବସ ଅବସରରେ ଦେଇଥିବା ବାର୍ତ୍ତାରେ ସେ କହିଛନ୍ତି, ଭାରତୀୟ ବୈଜ୍ଞାନିକମାନଙ୍କର ପ୍ରତିଭା ଓ ଦକ୍ଷତାକୁ ଅଭିବାଦନ କରିବାକୁ ଏହା ହେଉଛି ପ୍ରକୃଷ୍ଟ ସମୟ। ସେ କହିଛନ୍ତି, ବୈଜ୍ଞାନିକମାନଙ୍କର ନୂଆ ନୂଆ ଉଦ୍ଭାବନ ପାଇଁ ଇଚ୍ଛା ଶକ୍ତି ଓ ଗବେଷଣାରୁ ଉଭୟ ଭାରତ ଓ ବିଶ୍ୱ ଉପକୃତ ହୋଇଛନ୍ତି। ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଜାତୀୟ ବିଜ୍ଞାନ ଦିବସ ଉପଲକ୍ଷେ ତାଙ୍କର ଅଭିନନ୍ଦନ ବାର୍ତ୍ତାରେ ବିଜ୍ଞାନ ଓ ବୈଷୟିକ ଜ୍ଞାନକୁ ଲୋକମାନଙ୍କର ଜୀବନକୁ ଅଧିକ ସୁଖମୟ କରିବା ପାଇଁ ବ୍ୟବହାର କରିବା ଲାଗି ବୈଜ୍ଞାନିକମାନଙ୍କୁ ଆହ୍ୱାନ ଦେଇଛନ୍ତି।

ଉପରାଷ୍ଟ୍ରପତି କହିଛନ୍ତି, ବୈଜ୍ଞାନିକମାନଙ୍କ ଦ୍ୱାରା ବହୁ ଗୁରୁତ୍ୱପୂର୍ଣ୍ଣ ଅବଦାନ ଯୋଗୁଁ ମାନବଜାତିର କଲ୍ୟାଣ ସମ୍ଭବ ହୋଇଛି। ଆଜି ଜାତୀୟ ବିଜ୍ଞାନ ଦିବସ ପାଳନ କରାଯାଇଛି। ରମଣ ଇଫେକ୍ଟର ଉଦ୍ଭାବନ ସ୍ମୃତିରେ ଏହାକୁ ପାଳନ କରାଯାଉଛି। ସାର୍‍ ସି.ଭି. ରମଣଙ୍କୁ ୧୯୩୦ ମସିହାରେ ଏଥିପାଇଁ ନୋବେଲ୍‍ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories