www.samajalive.in
Monday, December 8, 2025
20.1 C
Bhubaneswar

‘ଭୋକାଲ୍‍ ଫର୍‍ ଲୋକାଲ୍‍’ କଥା ଦୋହରାଇଲେ ମୋଦୀ

ଆଜି ମନ କି ବାତରେ ପ୍ରଧାନମନ୍ତ୍ରୀ ମୋଦୀ ଚଳିତ ମାସ ୧୨ ତାରିଖରୁ ଆରମ୍ଭ ହୋଇଥିବା ଡକ୍ଟର ସଲିମ୍‍ ଅଲ୍ଲୀଙ୍କ ୧୨୫ତମ ଜୟନ୍ତୀ ସମାରୋହ ସମ୍ପର୍କରେ କହିଛନ୍ତି, ଡକ୍ଟର ସଲିମ୍‍ଙ୍କ ପକ୍ଷୀମାନଙ୍କ ବିଷୟରେ ଅଧ୍ୟୟନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଛି। ଫଳରେ ବିଶ୍ୱର ପ୍ରମୁଖ ପକ୍ଷୀ ଅଧ୍ୟୟନକାରୀମାନେ ଭାରତକୁ ଆକର୍ଷିତ ହୋଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଅଧିକରୁ ଅଧିକ ଲୋକେ ପକ୍ଷୀମାନଙ୍କ ବିଷୟରେ ଅଧ୍ୟୟନ କରିବାକୁ ଆହ୍ୱାନ ଦେଇଛନ୍ତି।

ସେ ବ୍ରାଜିଲ୍‍ର ଜୋନାସ୍‍ ମାସେଟିଙ୍କ ବିଷୟରେ କହିଛନ୍ତି, ବିଶ୍ୱନାଥ ନାମରେ ଜଣାଶୁଣା ମାସେଟି ବିଶ୍ୱବିଦ୍ୟା ନାମରେ ଏକ ଅନୁଷ୍ଠାନ ଗଢ଼ିଛନ୍ତି, ଯେଉଁଥିରେ ସେ ବେଦାନ୍ତ ଏବଂ ଗୀତା ସମ୍ପର୍କରେ ଶିକ୍ଷା ଦେଉଛନ୍ତି। ଶ୍ରୀ ମୋଦୀ କହିଛନ୍ତି, ପ୍ରଥମରୁ ଜଣେ ମେକାନିକାଲ୍‍ ଇଞ୍ଜିନିୟର୍‍ ଭାବେ ଖ୍ୟାତି ଅର୍ଜନ କରିଥିବା ମାସେଟି ଷ୍ଟକ୍‍ ମାର୍କେଟ୍‍ ଏବଂ ପରେ ଆଧ୍ୟାତ୍ମିକତା ଦିଗରେ ମନୋନିବେଶ କରିଛନ୍ତି। ସେ ଭାରତରେ ବେଦାନ୍ତ ଦର୍ଶନ ଶିକ୍ଷା କରିବା ସହ କୋଏମ୍ବାଟୁର୍‍ ଆର୍ଶ ବିଦ୍ୟା ଗୁରୁକୁଳମ୍‍ରେ ରହି ୪ ବର୍ଷ ଶିକ୍ଷା ଗ୍ରହଣ କରିଛନ୍ତି। ମହାମାରୀ ସମୟରେ ଆଧ୍ୟାତ୍ମିକତା ଏବଂ ବେଦାନ୍ତ କିଭଳି ସାହାଯ୍ୟ କରିପାରୁଛି, ତାହା ଲୋକମାନେ ଜାଣିବାକୁ ଚେଷ୍ଟା କରୁଛନ୍ତି।

- Advertisement -

ଶ୍ରୀ ମୋଦୀ କହିଛନ୍ତି, ନ୍ୟୁଜିଲ୍ୟାଣ୍ଡର ନବନିର୍ବାଚିତ ସାଂସଦ ଡକ୍ଟର ଗୌରବ ଶର୍ମା ସଂସ୍କୃତ ଭାଷାରେ ଶପଥ ଗ୍ରହଣ କରିଛନ୍ତି। ଏହା ଭାରତୀୟ ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ଏକ ସୁନ୍ଦର ପଦକ୍ଷେପ ବୋଲି ଶ୍ରୀ ମୋଦୀ କହିଛନ୍ତି। ପ୍ରଧାନମନ୍ତ୍ରୀ ଆସନ୍ତାକାଲି ପାଳିତ ହେବାକୁ ଥିବା ଗୁରୁ ନାନକଦେବଙ୍କ ୫୫୧ତମ ପ୍ରକାଶପର୍ବ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଗୁରୁ ନାନକଦେବଙ୍କ ବାଣୀ ଆଜି ମଧ୍ୟ ବିଶ୍ୱର କୋଣ ଅନୁକୋଣରେ ଗୁଞ୍ଜରିତ ହେଉଛି। ନାନକଦେବଙ୍କ ଗୁରୁଦ୍ୱାରାର ସୌନ୍ଦର୍ଯ୍ୟକରଣ ତାଙ୍କ ସମୟରେ ହୋଇଥିବାରୁ ସେ ନିଜକୁ ଧନ୍ୟ ମନେ କରୁଥିବା କହିଛନ୍ତି। ଅନ୍ୟପକ୍ଷରେ ଗତବର୍ଷ ନଭେମ୍ବରରେ କର୍ତ୍ତାରପୁର ସାହିବ୍‍ କରିଡର ଖୋଲିବା ଏକ ଐତିହାସିକ ପଦକ୍ଷେପ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ନିକଟରେ ପ୍ରଧାନମନ୍ତ୍ରୀ ଆଇ.ଆଇ.ଟି. ଦିଲ୍ଲୀ ଓ ଗୌହାଟୀ ସମେତ ଅନେକ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ସହିତ ଭିଡ଼ିଓ କନ୍‍ଫରେନ୍ସିଂ ଜରିଆରେ କଥା ହୋଇଥିବା ବିଷୟ ଉଲ୍ଲେଖ କରିଛନ୍ତି। ଶିକ୍ଷା ସମାପ୍ତ ପରେ ସେମାନେ ନିଜ ଶିକ୍ଷାନୁଷ୍ଠାନ ପାଇଁ ଅବଦାନ ରଖିବାକୁ କହିଛନ୍ତି। ସେ କହିଛନ୍ତି, ଆଇ.ଆଇ.ଟି. ଛାତ୍ରମାନେ ନିଜ ଅବଦାନରେ କନ୍‍ଫରେନ୍ସ ସେଣ୍ଟର, ମ୍ୟାନେଜ୍‍ମେଣ୍ଟ୍‍ ସେଣ୍ଟର୍‍ ଏବଂ ଇନ୍‍କ୍ୟୁବେସନ୍‍ ସେଣ୍ଟର୍‍ ନିର୍ମାଣ କରିଛନ୍ତି। ସେ କହିଛନ୍ତି, ଆଇ.ଆଇ.ଟି. ଦିଲ୍ଲୀର ଛାତ୍ରଛାତ୍ରୀମାନେ ଏକ ପାଣ୍ଠି ସ୍ଥାପନ କରିବା ଅତ୍ୟନ୍ତ ଗୌରବର ବିଷୟ। ପ୍ରଧାନମନ୍ତ୍ରୀ ମନ୍‍ କୀ ବାତ୍‍ରେ ଆସନ୍ତା ମାସ ୫ ତାରିଖରେ ପାଳିତ ହେବାକୁ ଥିବା ଶ୍ରୀଅରବିନ୍ଦଙ୍କ ଶ୍ରାଦ୍ଧବାର୍ଷିକୀ ସମ୍ପର୍କରେ କହିଛନ୍ତି, ଶ୍ରୀଅରବିନ୍ଦଙ୍କ ବାଣୀ ଆଜିର ଯୁବପିଢ଼ିଙ୍କୁ ଉତ୍ତମ ବ୍ୟକ୍ତିତ୍ୱ ଗଠନରେ ଉଚିତ ମାର୍ଗଦର୍ଶନ କରାଇପାରିବ। ଶ୍ରୀଅରବିନ୍ଦଙ୍କ ସ୍ୱଦେଶୀ ଦର୍ଶନ ତତ୍ତ୍ୱ ‘ଭୋକାଲ୍‍ ଫର୍‍ ଲୋକାଲ୍‍’ ଉଦ୍ଦେଶ୍ୟକୁ ସାକାର କରୁଥିବା ସେ କହିଛନ୍ତି। ଶ୍ରୀଅରବିନ୍ଦ ହୃଦୟର ଶିକ୍ଷାକୁ ଗୁରୁତ୍ୱ ଦେଉଥିବା ବିଷୟକୁ ପ୍ରଧାନମନ୍ତ୍ରୀ ଅବତାରଣା କରି କହିଛନ୍ତି, ଜାତୀୟ ଶିକ୍ଷା ନୀତି ଯୁବପିଢ଼ିଙ୍କୁ ସେଦିଗରେ ଅଗ୍ରସର କରାଇବ ବୋଲି ସେ ଆଶାପୋଷଣ କରିଛନ୍ତି।

ଶେଷରେ ପ୍ରଧାନମନ୍ତ୍ରୀ ଆସନ୍ତା ଡିସେମ୍ବର ୬ରେ ଆମ୍ବେଦ୍‍କରଙ୍କ ଶ୍ରାଦ୍ଧବାର୍ଷିକୀ ବିଷୟ ଉଲ୍ଲେଖକରି ସମସ୍ତଙ୍କୁ ସମ୍ବିଧାନ ଅନୁମୋଦିତ କାର୍ଯ୍ୟ କରିବାଲାଗି ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଲକ୍‍ଡାଉନ୍‍ ପରେ ଦେଶ ଏବେ କରୋନା ପ୍ରତିଷେଧକ ବିକାଶ ଦିଗରେ ଚେଷ୍ଟା ଚଳାଇଛି। ତେବେ ଏକ୍ଷେତ୍ରରେ ସାମାଜିକ ଦୂରତା ପାଳନ ପୂର୍ବକ ସମସ୍ତ ପଦକ୍ଷେପ ଗ୍ରହଣ କରିବାକୁ ସେ ଲୋକମାନଙ୍କୁ ଆହ୍ୱାନ ଦେଇଛନ୍ତି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories