ଭୁବନେଶ୍ବର: ଆଜି ମାଲକାନଗିରି ଜିଲା କଂଗ୍ରେସ ପକ୍ଷରୁ ପୂର୍ବତନ ସାଂସଦ ପ୍ରଦୀପ ମାଝି ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ମାଲକାନଗିରି ପୂର୍ବତନ ଜିଲାପାଳଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ କରାଯାଉ। ଏସିଏସ୍ଓ ମନୋଜ ପ୍ରଧାନ ଓ ପୂର୍ବତନ ଜିଲାପାଳଙ୍କ ବିରୁଦ୍ଧରେ କଂଗ୍ରେସ ପକ୍ଷରୁ ଭିଜିଲାନସ୍ ଅଫିସରେ ଏକ ଅଭିଯୋଗ ପତ୍ର ଦାଖଲ କରାଯାଇଛି। ପୂର୍ବରୁ ଏସିଏସ୍ ଓ ମନୋଜ ପ୍ରଧାନଙ୍କ ନାମେ ତିନି ତିନୋଟି ଭିଜିଲାନ୍ସ କେସ ଥିବା ଓ ତାଙ୍କ ବିରୁଦ୍ଧରେ ଅଡିଓ ଟେପ ଗଣମାଧ୍ୟମରେ ପ୍ରକାଶ ପାଇଥିବା ସତ୍ତ୍ବେ ସରକାରଙ୍କ ତରଫରୁ ଆଜି ପର୍ଯ୍ୟନ୍ତ କିଛି ପଦକ୍ଷେପ ନେଇନଥିବା ଏବଂ ପୂର୍ବତନ ଜିଲ୍ଲାପାଳ ମନିଷ ଅଗ୍ରୱାଲଙ୍କ ବିରୁଦ୍ଧରେ ବାରମ୍ବାର ବହୁ ଅଭିଯୋଗ କଂଗ୍ରେସ ତରଫରୁ ଅଣାଯାଇଥିଲେ ମଧ୍ୟ ସରକାର ତାଙ୍କୁ ବଦଳି କରିବା ସତ୍ତ୍ବେ ଅନ୍ୟ କିଛି ଦୃଷ୍ଟାନ୍ତ ମୁଳକ ପଦକ୍ଷେପ ନେଇନଥିବା ଏକ ଦୁର୍ଭାଗ୍ୟର ବିଷୟ ବୋଲି ପୂର୍ବତନ ସାସଂଦ ପ୍ରଦୀପ ମାଝି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଭିଜିଲାନ୍ସ ଦ୍ବାରା ଶିଘ୍ର ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ ଉଚିତ କାର୍ୟ୍ୟାନୁଷ୍ଠାନ ଗ୍ରହଣ ନ କରାଗଲେ ଆଗାମି ଦିନରେ ମାଲକାନଗିରି ଜିଲାରେ କଂଗ୍ରେସ ତରଫରୁ ବିକ୍ଷୋଭ ପାଳନ କରିବା ସହ ସଂପୂର୍ଣ୍ଣ ଜିଲାକୁ ବନ୍ଦ କରାଯିବ ବୋଲି ଘୋଷଣା କରିଛନ୍ତି।
Popular Categories



