www.samajalive.in
Tuesday, December 9, 2025
15.1 C
Bhubaneswar

ଲୋକଙ୍କ ନିକଟତର ହେଉଛି ଦେଶର ସାଂସ୍କୃତିକ ଐତିହ୍ୟ – ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍‍ କୀ ବାତରେ କହିଛନ୍ତି, ସଙ୍କଟ ସମୟରେ ଆମ ସଂସ୍କୃତି ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଜ୍ଞାନକୌଶଳ ପ୍ରୟୋଗ ଦ୍ୱାରା ଏହା ଆହୁରି ନିକଟତର ହୋଇଥାଏ। ସେ କହିଛନ୍ତି, ଦେଶରେ ଥିବା ସଂଗ୍ରହାଳୟ ଏବଂ ପାଠାଗାରଗୁଡ଼ିକ ସେମାନଙ୍କ ପାଖରେ ଗଚ୍ଛିତ ଥିବା ସଂଗ୍ରହଗୁଡ଼ିକୁ ଡିଜିଟାଲ୍‍ ମାଧ୍ୟମରେ ରୂପାନ୍ତରିତ କରିବା ପାଇଁ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି। ଏ ଦିଗରେ ଦିଲ୍ଲୀସ୍ଥିତ ଜାତୀୟ ସଂଗ୍ରହାଳୟ ଅଭୂତପୂର୍ବ ସଫଳତା ହାସଲ କରିଛି। ଇତିମଧ୍ୟରେ ସେହି ସଂଗ୍ରହାଳୟ ୧୦ଟି ଭର୍ଚୁଆଲ୍‍ ଗ୍ୟାଲେରୀ ସୃଷ୍ଟି କରିପାରିଛି। ଜନସାଧାରଣ ସେମାନଙ୍କ ଘରେ ବସି ନିଜ ଦେଶର ସଂସ୍କୃତି ବିଷୟରେ ସବୁ ତଥ୍ୟ ପାଇପାରୁଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ଜ୍ଞାନକୌଶଳ ପ୍ରୟୋଗ ଦ୍ୱାରା ଦେଶର ସାଂସ୍କୃତିକ ଐତିହ୍ୟକୁ ଅଧିକରୁ ଅଧିକ ଲୋକଙ୍କ ନିକଟତର କରାଯାଇ ପାରୁଛି। ଏହାଫଳରେ ଏହି ସାଂସ୍କୃତିକ ବିଭବକୁ ଅଧିକ ଦିନ ଯାଏଁ ସଂରକ୍ଷଣ କରି ରଖାଯାଇ ପାରିବ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ଅଜନ୍ତା ଗୁମ୍ଫାରେ ଚିତ୍ରିତ ସାଂସ୍କୃତିକ ବିଭବ ଓ କଳାନୈପୁଣ୍ୟକୁ ଡିଜିଟାଲ୍‍ କରାଯାଇଥିବା ଏବଂ ପୁନଃବ୍ୟବସ୍ଥିତ କରାଯାଇଥିବା କହିଛନ୍ତି। ସେ କହିଛନ୍ତି, କିଛିଦିନ ପୂର୍ବେ ବିଶ୍ୱ ଐତିହ୍ୟ ସପ୍ତାହ ପାଳିତ ହୋଇଯାଇଛି। କରୋନା ମହାମାରୀ ସଙ୍କଟ ସତ୍ତ୍ବେ ଜନସାଧାରଣ ବହୁ ସଂଖ୍ୟାରେ ଏହି ସପ୍ତାହ ପାଳନ କରିଛନ୍ତି। ପ୍ରଧାନମନ୍ତ୍ରୀ କାନାଡ଼ାରୁ ବହୁ ପୁରାତନ ଦେବେୀ ଅନ୍ନପୂର୍ଣ୍ଣାଙ୍କ ପ୍ରତିମୂର୍ତ୍ତି ଦେଶକୁ ଆସୁଥିବା କଥା କହିବା ସହ ସନ୍ତୋଷ ପ୍ରକାଶ କରିଛନ୍ତି।

- Advertisement -

ସେ କହିଛନ୍ତି, ୧୯୧୩ ମସିହା ବେଳକୁ ବାରାଣାସୀର ଏକ ମନ୍ଦିରରୁ ଦେବୀ ଅନ୍ନପୂର୍ଣ୍ଣାଙ୍କ ମୂର୍ତ୍ତି ଚୋରି ହୋଇଥିଲା ଏବଂ ଦେଶ ବାହାରକୁ ଚାଲିଯାଇଥିଲା। ମନ୍‍ କୀ ବାତରେ ପ୍ରଧାନମନ୍ତ୍ରୀ କାନାଡ଼ା ସରକାରଙ୍କୁ ଏହି ମୂର୍ତ୍ତି ଫେରସ୍ତ ନେଇ ପଦକ୍ଷେପ ଗ୍ରହଣ କରିଥିବାରୁ କୃତଜ୍ଞତା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତବର୍ଷରୁ ଅନେକ ମୂଲ୍ୟବାନ ମୂର୍ତ୍ତି ଚୋରା ଚାଲାଣ ହୋଇ ଆନ୍ତର୍ଜାତିକ ବଜାରରେ ବିକ୍ରି କରାଯାଇଛି। ତେବେ ସେଗୁଡ଼ିକୁ ଫେରାଇ ଆଣିବା ଲାଗି ସରକାର ଦୃଢ଼ ପଦକ୍ଷେପ ନେଉଛନ୍ତି। କିଛି ବର୍ଷ ମଧ୍ୟରେ ଏହିଭଳି ଅନେକ ମୂର୍ତ୍ତି ଏବଂ ଚିତ୍ର କାରୁକାର୍ଯ୍ୟ ଦେଶକୁ ଫେରାଇ ଅଣାଯାଇପାରିଥିବା ସେ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories