www.samajalive.in
Tuesday, December 9, 2025
16.1 C
Bhubaneswar

ଉପସାଗରୀୟ ଅଞ୍ଚଳରେ ଶାନ୍ତି, ସୁରକ୍ଷା ଓ ସ୍ଥିରତା ବଜାୟ ରଖିବା ପାଇଁ ଭାରତ ଆଗ୍ରହୀ : ମୋଦୀ

ନ୍ୟୁୟର୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନ୍ୟୁୟର୍କରେ ଇରାନ୍‍ର ରାଷ୍ଟ୍ରପତି ହାସାନ ରୋହାନିଙ୍କୁ ସାକ୍ଷାତ କରିଛନ୍ତି । ମିଳିତ ଜାତିସଂଘର ୭୪ତମ ସାଧାରଣ ପରିଷଦ ବୈଠକ ଅବସରରେ ଦୁଇ ନେତାଙ୍କ ମଧ୍ୟରେ ଏହି ସାକ୍ଷାତ ଆଲୋଚନା ହୋଇଛି। ଉପସାଗରୀୟ ଅଞ୍ଚଳରେ ଶାନ୍ତି,ସୁରକ୍ଷା ଓ ସ୍ଥିରତା ରଖିବା ପାଇଁ ଭାରତ ଆଗ୍ରହୀ । ଏଥିପାଇଁ ଆବଶ୍ୟକ ପଡିଲେ କୂଟନୈତିକ ଆଲୋଚନା ମାଧ୍ୟମରେ ପଦକ୍ଷେପ ନେବାକୁ ଭାରତ ଚେଷ୍ଟା କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।  ଗୁରୁବାର ରାତିରେ ଉଭୟଙ୍କ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ, ଆଞ୍ଚଳିକ ତଥା ଆନ୍ତର୍ଜାତିକ କ୍ଷେତ୍ରରେ ଥିବା ଉଭୟ ପକ୍ଷର ସ୍ୱାର୍ଥ ଜଡିତ ବିଷୟ ଉପରେ ଆଲୋଚନା ହୋଇଛି। ଦୁଇଦେଶ ମଧ୍ୟରେ ସମ୍ପର୍କ ବହୁ ପୁରୁଣା ଓ ନିବିଡ ହୋଇଥିବାରୁ ଏହାକୁ ଆଗେଇ ନେବାକୁ ଦୁଇନେତା ରାଜି ହୋଇଛନ୍ତି।

୨୦୧୫ରେ ଉଫା ବୈଠକରେ ମୋଦି ଓ ରୋହାନିଙ୍କ ମଧ୍ୟରେ ଯେଉଁ ଆଲୋଚନା ହୋଇଥିଲା ତା’ପରଠାରୁ ଦ୍ୱିପାକ୍ଷିକ ସମ୍ପର୍କରେ ଉନ୍ନତି ଘଟିଛି। ଏହାକୁ ଆହୁରି ଆଗେଇ ନେବାକୁ ଉଭୟ ସହମତ ହୋଇଛନ୍ତି। ଭାରତ ଦ୍ୱାରା ନିର୍ମିତ ଜବାହର ବନ୍ଦରକୁ କାର୍ଯ୍ୟକ୍ଷମ କରିବା ଉପରେ ମଧ୍ୟ ଦୁଇନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି। ଇରାନ୍‍ର ଏହି ବନ୍ଦର ଆଫଗାନିସ୍ତାନ ଓ କେନ୍ଦ୍ର ଏସୀୟ ରାଷ୍ଟ୍ରଗୁଡ଼ିକ ପାଇଁ ଏକ ପ୍ରବେଶ ଦ୍ୱାର ସଦୃଶ ହୋଇଥିବାରୁ ଏହାକୁ ଶୀଘ୍ର କାର୍ଯ୍ୟକାରୀ କରିବା ସପକ୍ଷରେ ଦୁଇନେତା ସହମତ ହୋଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories