www.samajalive.in
Tuesday, December 9, 2025
16.1 C
Bhubaneswar

ଇସ୍ରାଏଲ ନିର୍ବାଚନୀ ପ୍ରଚାରରେ ମୋଦୀଙ୍କ ପୋଷ୍ଟର

ତେଲ ଅଭିଭ : ଇସ୍ରାଏଲରେ ସେପ୍ଟେମ୍ବର ୧୭ରେ ନିର୍ବାଚନ ହେବ। ଏଥିପାଇଁ ରାଜନୈତିକ ଦଳ ପକ୍ଷରୁ ପ୍ରଚାର ଆରମ୍ଭ ହୋଇଛି। ତେବେ ନିର୍ବାଚନ ପ୍ରଚାରରେ ଶାସକ ଦଳ ଲିକୁଡ ପାର୍ଟି ଦ୍ୱାରା ଲଗାଯାଇଥିବା ପୋଷ୍ଟରରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ ନେତାନ୍ୟାହୁଙ୍କ ସହ ଭାରତ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଫଟୋ ଦେଖିବାକୁ ମିଳୁଛି। ନେତାନ୍ୟାହୁଙ୍କୁ ଜଣେ ଭିନ୍ନ ଧରଣର ବିଶ୍ୱସ୍ତରୀୟ ନେତା ଭାବେ ଦେଖାଇ ଭୋଟ ମାଗିବାକୁ ଶାସକ ଦଳ ଏପରି ପ୍ରଚାର କରୁଥିବା କୁହାଯାଉଛି।
ତେଲ ଅଭିଭସ୍ଥିତ ଲିକୁଡ ପାର୍ଟିର ମୁଖ୍ୟାଳୟ ନିକଟରେ ଲଗାଯାଇଥିବା ନିର୍ବାଚନ ବ୍ୟାନର ଏବଂ ବିଜ୍ଞାପନରେ ନେତାନ୍ୟାହୁଙ୍କ ସହ ଏହି ତିନି ବଡ଼ ନେତାଙ୍କ ଫଟୋ ଦେଖିବାକୁ ମିଳୁଛି। ଏହି ଫଟୋ ଉପରେ ହିବ୍ରୁରେ ଲେଖାଯାଇଛି ‘ଭିନ୍ନ ସଂଘ’। ନେତାନ୍ୟାହୁଙ୍କ ନିର୍ବାଚନୀ ପ୍ରଚାର ବିଶ୍ୱର ନେତାଙ୍କ ସହ ତାଙ୍କ ଘନିଷ୍ଠତା ଉପରେ କେନ୍ଦ୍ରୀତ। ଇସ୍ରାଏଲ ରାଜନୀତିରେ ତାଙ୍କୁ ସର୍ବୋତ୍କୃଷ୍ଟ ନେତା ଓ ଦେଶର ସୁରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ସାବ୍ୟସ୍ତ କରିବାକୁ ପ୍ରଚେଷ୍ଟା କରାଯାଉଛି। ଇସ୍ରାଏଲ ଖବରକାଗଜରେ ପ୍ରକାଶିତ ରିପୋର୍ଟ ଅନୁସାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ତାଙ୍କ ଘନିଷ୍ଠତାକୁ ଦେଖାଇବା ଦ୍ୱାରା ନେତାନ୍ୟାହୁ ରାଜନୈତିକ ଫାଇଦା ପାଇବେ ବୋଲି ଆଶା ରଖିଛନ୍ତି। ଏଥିପାଇଁ ନେତାନ୍ୟାହୁ ଗୋଟିଏ ଦିନ ଦିଲ୍ଲୀ ଗସ୍ତରେ ଯିବାକୁ ଯୋଜନା କରିଛନ୍ତି। ଏଥିପାଇଁ ଭାରତର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଗଷ୍ଟ ୨୫ରେ ତାଙ୍କୁ ଦିଲ୍ଲୀ ଗସ୍ତ ପାଇଁ ପରାମର୍ଶ ଦେଇଥିବା ସୂଚନା ମିଳିଛି।
ପ୍ରକାଶ ଯେ ନେତାନ୍ୟାହୁ ଅପ୍ରେଲରେ ହୋଇଥିବା ନିର୍ବାଚନରେ ରେକର୍ଡ ସଂଖ୍ୟକ ୫ମ ଥର ନିର୍ବାଚିତ ହୋଇଥିଲେ। ତେବେ ଏକ ସୈନ୍ୟ ବିଧେୟକକୁ ନେଇ ଗତିରୋଧ କାରଣରୁ ସେ ମେଣ୍ଟ କରିବାରେ ବିଫଳ ହୋଇଥିଲେ। ଏହାପରେ ଇସ୍ରାଏଲ ସାଂସଦମାନେ ଅଦ୍ଭୂତପୂର୍ବ ପଦକ୍ଷେପ ଉଠାଇ ସଂସଦ ଭଙ୍ଗ କରିବା ସପକ୍ଷରେ ମତ ଦେଇଥିଲେ। ଫଳରେ ସେପ୍ଟେମ୍ବର ୧୭ରେ ସାନି ନିର୍ବାଚନ କରିବାକୁ ଘୋଷଣା ହୋଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories