www.samajalive.in
Wednesday, December 10, 2025
26.1 C
Bhubaneswar

ଆଉ ବ୍ୟବହାର କରି ପାରିବେ ନାହିଁ ଏହି ପ୍ଲାଷ୍ଟିକ ସାମଗ୍ରୀ

ନୂଆଦିଲ୍ଲୀ : ପରିବେଶର କ୍ଷତି କରୁଥିବା ବିିଭିନ୍ନ ପ୍ଲାଷ୍ଟିକ ଉପକରଣର ବ୍ୟବହାର ଉପରେ ନିଷେଧାଦେଶ ଜାରି କରାଯିବ। ପ୍ଲାଷ୍ଟିକ ପତାକା ଠାରୁ ଆରମ୍ଭ କରି ଇୟରବଡ୍‍ ଯାଏଁ ସମସ୍ତ ଜିନିଷର ବ୍ୟବହାର ଉପରେ ରୋକ ଲଗାଯିବ। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଏହାର ଉତ୍ପାଦନ,ସଂରକ୍ଷଣ,ବଣ୍ଟନ ଓ ବ୍ୟବହାର ଉପରେ ସମସ୍ତ ସ୍ଥାନରେ ନୋଟିସ ଜାରି କରିଛି। ଜୁନ ୩୦ ପୂର୍ବରୁ ଏହି ସସସ୍ତ ଦିଗରେ କଟକଣା ଲାଗୁ କରାଯିବ।
ଥରେ ମାତ୍ର ବ୍ୟବହାର ହୋଇ ପାରୁଥିବା ପ୍ଲାଷ୍ଟିକ ପରିବେଶ ପାଇଁ ଅତ୍ୟନ୍ତ କ୍ଷତିକାରକ ବୋଲି କୁହାଯାଏ। ଏହି ପ୍ଲାଷ୍ଟିକ୍ ଗୁଡିକ ଦୀର୍ଘ ସମୟ ମଧ୍ୟରେ ପରିବେଶକୁ କ୍ଷତି ପହଞ୍ଚାଏ ।ଏହାକୁ ଦୃଷ୍ଟିରେ ରଖି ଅଗଷ୍ଟ ୨୦୨୧ ରେ କେନ୍ଦ୍ର ପରିବେଶ ମନ୍ତ୍ରୀ ଏହାକୁ ନିଷିଦ୍ଧ କରିବା ପାଇଁ ବିଜ୍ଞପ୍ତି ଜାରି କରିଥିଲେ। ଏଥିରେ ଜୁଲାଇ ୧ ରୁ ଏହିପରି ସମସ୍ତ ଜିନିଷ ଉପରେ ପ୍ରତିବନ୍ଧକ ଲଗାଇବାକୁ କୁହାଯାଇଥିଲା। ଏହି କ୍ରମରେ, ସମସ୍ତ ସଂପୃକ୍ତ ପକ୍ଷଙ୍କୁ ସିପିସିବି ପକ୍ଷରୁ ନୋଟିସ୍ ଜାରି କରାଯାଇଛି। ଏଥିରେ ଦର୍ଶାଯାଇଛି ଜୁନ୍ ୩୦ ସୁଦ୍ଧା ଏହି ଜିନିଷ ଉପରେ ନିଷେଧାଦେଶ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହେବା ଉଚିତ୍।
ସିପିସିବି ନୋଟିସ ଅନୁଯାୟୀ, ଜୁଲାଇ ୧ ତାରିଖରୁ ପ୍ଲାଷ୍ଟିକ୍ ଷ୍ଟିକ୍ ଇୟରବଡ୍, ବେଲୁନ୍ ପ୍ଲାଷ୍ଟିକ୍ ଷ୍ଟିକ୍, ପ୍ଲାଷ୍ଟିକ୍ ପତାକା, କ୍ୟାଣ୍ଡି ଷ୍ଟିକ୍, ଆଇସକ୍ରିମ୍ ଷ୍ଟିକ୍, ସଜାଇବାରେ ବ୍ୟବହୃତ ପ୍ଲାଷ୍ଟିକ୍ ଇତ୍ୟାଦି । ଏହା ସହିତ, ପ୍ଲାଷ୍ଟିକ୍ କପ୍, ପ୍ଲେଟ୍, ଗ୍ଲାସ୍, ଚାମଚ, ଛୁରୀ, ମିଠା ପ୍ୟାକେଜ୍ ପାଇଁ ପ୍ଲାଷ୍ଟିକ୍, ପ୍ଲାଷ୍ଟିକ୍ ନିମନ୍ତ୍ରଣ କାର୍ଡ, ଇତ୍ୟାଦି ଅନ୍ତର୍ଭୂକ୍ତ କରାଯାଇଛି ।
ନୋଟିସ ଅନୁଯାୟୀ, ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ ପାଇଁ ଚେତାବନୀ ଦିଆଯାଇଛି। ଏଥିରେ ପରିବେଶ କ୍ଷତି ପାଇଁ ଜରିମାନା ଆଦାୟ, ସେମାନଙ୍କ ଉତ୍ପାଦନରେ ଜଡ଼ିତ ଉଦ୍ୟୋଗଗୁଡ଼ିକୁ ବନ୍ଦ କରିବା ଭଳି କାର୍ୟ୍ୟଗୁଡ଼ିକ ଏଥିରେ ଅନ୍ତର୍ଭୁକ୍ତ । ଥରେ ମାତ୍ର ବ୍ୟବହାର ହେଉଥିବା ପ୍ଲାଷ୍ଟିକ୍ ସହଜରେ ନଷ୍ଟ ହୁଏ ନାହିଁ କିମ୍ବା ପୁନଃ ବ୍ୟବହାର ଯୋଗ୍ୟ ନୁହେଁ । ଏହି ପ୍ଲାଷ୍ଟିକ ଦ୍ୱାରା ଜଳ ଏବଂ ସ୍ଥଳ ପ୍ରଦୂଷିତ ହୁଏ । ଯେଉଁ ସ୍ଥାନରେ ଏହି ପ୍ଲାଷ୍ଟିକ ବ୍ୟବହାର ହେଉଛି, ସେମାନେ ଜୁନ୍ ୩୦ ସୁଦ୍ଧା ସେମାନଙ୍କର ଷ୍ଟକ୍ ଶେଷ କରିବେ ଯାହା ଦ୍ୱାରା ଜୁଲାଇ ୧ ରୁ ଏହି ନିଷେଧାଦେଶ ସମ୍ପୂର୍ଣ୍ଣ ରୂପେ କାର୍ୟ୍ୟକାରୀ ହୋଇପାରିବ।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories