www.samajalive.in
Monday, December 8, 2025
27.1 C
Bhubaneswar

ମକା କ୍ଷେତରେ ବିମାନକୁ ଓହ୍ଲାଇଲେ ପାଇଲଟ୍; ବର୍ତ୍ତିଲେ ୨୩୩ ଯାତ୍ରୀ

ମସ୍କୋ: ରୁଷର ରାଜଧାନୀ ମସ୍କୋରେ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଟଳିଯାଇଛି। ପାଇଲଟ୍‌ଙ୍କ ଉପସ୍ଥିତ ବୁଦ୍ଧି ଏବଂ ସାହସିକ ପଦକ୍ଷେପ ଯୋଗୁ ବିମାନରେ ଥିବା ୨୩୩ ଯାତ୍ରୀଙ୍କ ଜୀବନ ରକ୍ଷା ପାଇଛି।

ସୂଚନା ଅନୁସାରେ, ୟୁରାଲ ଏୟାରଲାଇନ୍ସର ଏକ ବିମାନ ଜୁକୋୱସ୍କୀ ବିମାନବନ୍ଦରରୁ କ୍ରିମିୟା ଫେରୋପୋଲ ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା। ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ବିମାନ ସହିତ କିଛି ପକ୍ଷୀ ମାଡ଼ ହୋଇଥିଲେ। ବିମାନ ଇଞ୍ଜିନରେ ଅନେକ ପକ୍ଷୀ ପଶିଯିବାରୁ ଏହା ଏକ ନିଶ୍ଚିତ ଦୁର୍ଘଟଣାର ସମ୍ମୁଖୀନ ହେବା ଆଶଙ୍କା ଉପୁଜିଥିଲା। ସେଥିରେ ଥିବା ୨୩୩ ଯାତ୍ରୀଙ୍କ ଜୀବନ ବିପଦରେ ପଡ଼ିଯାଇଥିଲା। କିନ୍ତୁ ଏଭଳି ସଙ୍କଟଜନକ ସମୟରେ ପାଇଲଟ୍‌ ବୁଝିବିଚାରି ପଦକ୍ଷେପ ନେବା ସହିତ ଏକ ମକା କ୍ଷେତରେ ବିମାନକୁ ଅବତରଣ କରାଇଥିଲେ। ଫଳରେ ବିମାନଟି ଦୁର୍ଘଟଣାରୁ ରକ୍ଷା ପାଇଥିଲା ଏବଂ ୨୩୩ ଯାତ୍ରୀଙ୍କ ଜୀବନ ବର୍ତ୍ତିଯାଇଥିଲା। ଏହି ଘଟଣା ପରେ ସାରା ଦେଶରେ ସମ୍ପୃକ୍ତ ପାଇଲଟଙ୍କୁ ପ୍ରଶଂସା କରାଯିବା ସହିତ ଲୋକମାନେ ତାଙ୍କୁ ‘ହିରୋ’ ଆଖ୍ୟା ଦେଇଛନ୍ତି।

Hot this week

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

Related Articles

Popular Categories