www.samajalive.in
Monday, December 8, 2025
20.1 C
Bhubaneswar

ପୀତାମ୍ବର ଆଚାର୍ଯ୍ୟଙ୍କ ନାମରେ ମାମଲା ରୁଜୁ

ଭୁବନେଶ୍ବର : ହିଞ୍ଜିଳି ବିଜେପି ବିଧାୟକ ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟଙ୍କ ନାମରେ ଶନିବାର ମାମଲା ରୁଜୁ ହୋଇଛି । ପୀତାମ୍ବର ଆଚାର୍ଯ୍ୟ କାର୍ଯ୍ୟରତ ପୁଲିସ ଅଧିକାରୀ ଏବଂ ନିର୍ବାଚନ ଦାୟିତ୍ବରେ ଥିବା ମାଜିଷ୍ଟ୍ରେଟଙ୍କୁ ଦୁର୍ବ୍ୟବହାର ସହ ଗାଳି ଗୁଲଜ କରିଥିବା ଏତଲାରେ ଦର୍ଶାଯାଇଛି । ନିର୍ବାଚନ ଦାୟିତ୍ବରେ ଥିବା ମାଜିଷ୍ଟ୍ରେଟଙ୍କ ଅଭିଯୋଗ ପରେ ଆସିକା ଥାନାରେ ମାମଲା ହୋଇଛି । ଏନେଇ ଆସିକା ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଶୁକ୍ରବାର ହିଞ୍ଜିଳି ବିଜେପି ବିଧାୟକ ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟ ହିଞ୍ଜିଳି ଯାଉଥିବା ବେଳେ ଯାଞ୍ଚ ପାଇଁ ରାସ୍ତାରେ ତାଙ୍କ ଗାଡିକୁ ପୁଲିସ ଅଟକାଇଥିଲା । ସେ ଯାଞ୍ଚରେ ସାହାଯ୍ୟ କରିବା ପରିବର୍ତ୍ତେ ସେଠାରେ ଉପସ୍ଥିତ ନିର୍ବାଚନ ଦାୟିତ୍ବରେ ଥିବା ମାଜିଷ୍ଟ୍ରେଟଙ୍କ ସମେତ ପୁଲିସଙ୍କୁ ଦୁର୍ବ୍ୟବହାର କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ଏହାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories