www.samajalive.in
Sunday, December 7, 2025
26.1 C
Bhubaneswar

କଂଗ୍ରେସ କ୍ଷମତାକୁ ଆସିଲେ ନିତି ଆୟୋଗ ଉଚ୍ଛେଦ କରିବ: ରାହୁଲ

ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାଚନରେ କଂଗ୍ରେସ କ୍ଷମତାକୁ ଆସିଲେ ନିତି ଆୟୋଗ ଉଚ୍ଛେଦ କରାଯିବ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଟ୍ବିଟ୍‌ କରି ଏହା କହିଛନ୍ତି।

ରାହୁଲ ନିଜ ଟ୍ବିଟର ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି ଯେ, ନିତି ଆୟୋଗ କୌଣସି ଉଦ୍ଦେଶ୍ୟ ସାଧନ କରୁନାହିଁ। ଏହା କେବଳ ପ୍ରଧାନମନ୍ତ୍ରୀଙ୍କ ପାଇଁ ପ୍ରଚାର କାର୍ଯ୍ୟ କରୁଛି ଏବଂ ଭୁଲ ତଥ୍ୟ ପ୍ରଦାନ କରୁଛି। ଆମେ କ୍ଷମତାକୁ ଆସିଲେ ଏହାକୁ ହଟାଇବୁ। ଏହାକୁ ଯୋଜନା ଆୟୋଗରେ ବଦଳାଇବୁ। ଏଥିରେ ବିଶିଷ୍ଟ ଅର୍ଥନୀତିଜ୍ଞ ଏବଂ ବିଶେଷଜ୍ଞମାନଙ୍କୁ ସଦସ୍ୟ ଭାବେ ରଖାଯିବ। ସଦସ୍ୟ ସଂଖ୍ୟା ୧୦୦ରୁ କମ୍‌ ରହିବ।

- Advertisement -

ସୂଚନାଯୋଗ୍ୟ, ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ରାହୁଲଙ୍କ ସର୍ବନିମ୍ନ ନିଶ୍ଚିତ ରୋଜଗାର ଯୋଜନା ‘ନ୍ୟାୟ’ ଉପରେ ମନ୍ତବ୍ୟ ଦେଇ କହିଥିଲେ ଯେ, ଦେଶର ଅର୍ଥନୀତି ଉପରେ ଏହାର କ’ଣ ପ୍ରଭାବ ପଡ଼ିବ ତାହା ଚିନ୍ତା ନ କରି ରାହୁଲ ଏଭଳି ଯୋଜନା କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହା କାର୍ଯ୍ୟକାରୀ ହେଲେ ଦେଶ ୪ ପାଦ ପଛକୁ ଚାଲିଯିବ। ରାଜୀବଙ୍କ ଏହି ମନ୍ତବ୍ୟ ପରେ ରାହୁଲ କ୍ଷମତାକୁ ଆସିଲେ ନିତି ଆୟୋଗ ଉଚ୍ଛେଦ କରିବେ ବୋଲି କହିଛନ୍ତି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories