www.samajalive.in
Friday, December 12, 2025
19.1 C
Bhubaneswar

ବିଧାୟକ ଓ ଜିଲା ପରିଷଦ ସଭ୍ୟଙ୍କୁ ଧମକ – ପୁଲିସରେ ଅଭିଯୋଗ

ପିପିଲି:ପିପିଲି ବିଧାୟକ ରୁଦ୍ରପ୍ରତାପ ମହାରଥୀ ଓ ୨୪ନଂ ଜିଲା ପରିଷଦ ସଭ୍ୟ ଧରଣୀଧର ସାହୁଙ୍କୁ ସାମାଜିକ ଗଣମାଧ୍ୟମରେ ଧମକ ଦିଆଯାଇଛି । ଏନେଇ ଜିଲା ପରିଷଦ ସଭ୍ୟ ଶ୍ରୀସାହୁ ଆଜି ପିପିଲି ପୁଲିସରେ ଲିଖିତ ଅଭିଯୋଗ କରିବା ସହ ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ପୁଲିସ ସୁରକ୍ଷା ଲୋଡ଼ିଛନ୍ତି ।

ସାମାଜିକ ଗଣମାଧ୍ୟମରେ ଜଣେ ଯୁବକ ଶ୍ରୀସାହୁଙ୍କ ସମେତ ବିଧାୟକ ଶ୍ରୀମହାରଥୀଙ୍କୁ ଏହି ଧମକ ଦେଇଥିବା ସୂଚନା ମିଳିଛି । ତେଇସିପୁର ପଞ୍ଚାୟତର ପୋଟଳ ଗ୍ରାମକୁ ନଆସିବା ପାଇଁ ବିଧାୟକଙ୍କୁ ଉକ୍ତ ଯୁବକ ଜଣକ ଧମକ ଦେବା ସହ ‘ଗୋଟେ ବି ମାଡ ତଳେ ପଡିବନି’ ବୋଲି ସାମାଜିକ ଗଣମାଧ୍ୟମରେ ଯୁବକ ଜଣକ ଲେଖିଥିବା ସଂପର୍କରେ ଶ୍ରୀସାହୁ ଆଜି ପିପିଲି ଆଇଆଇସି ଅଭିମନ୍ୟୁ ନାୟକଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ।

- Advertisement -

ଏନେଇ ପୁଲିସ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି । ଏଠାରେ ସୂଚନା ଥାଉକି, ଗତ ପଞ୍ଚାୟତ ନିର୍ବାଚନ ସମୟରେ ଫେବୃଆରୀ ୧୪ ତାରିଖରେ ବିଜେଡିର ଜିଲା ପରିଷଦ ସଭ୍ୟ ଶ୍ରୀସାହୁଙ୍କ ଉପରେ ଉକ୍ତ ପୋଟଳ ଗ୍ରାମରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ଶ୍ରୀସାହୁ ଏବେ ପୁରୀ ଜିଲା ବିଜେଡିର ସଂପାଦକ ପଦବୀରେ ରହିଥିବା ବେଳେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା (ଡିଆର୍‍୍‍ଡିଏ)ର ପ୍ଲାନିଂ କମିଟିର ସମସ୍ୟ ଥିବା ସୂଚନା ମିଳିଛି ।

Hot this week

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

Related Articles

Popular Categories