www.samajalive.in
Sunday, December 7, 2025
16.1 C
Bhubaneswar

ଜିଲାସ୍ତରୀୟ ଟାଇକୋଣ୍ଡ ପ୍ରତିଯୋଗିତାରେ ପିପିଲିର ସଫଳତା

ପିପିଲି: ପୁରୀ ରେଳବାଇ ଇଣ୍ଡୋର ହଲଠାରେ ଗତ ୨ଦିନ ଧରି ଚାଲିଥିବା ୧୭ତମ ଜିଲା ଟାଇକୋଣ୍ଡ ପ୍ରତିଯୋଗିତାରେ ପିପିଲି ଟାଇକୋଣ୍ଡ ଏକାଡେମୀର ଛାତ୍ରଛାତ୍ରୀଙ୍କୁ ସଫଳତା ମିଳିଛି। ୪୫କେଜିରୁ ଊର୍ଦ୍ଧ୍ବ ବାଳକ ବିଭାଗରେ ସୋମନାଥ ମହାନ୍ତି ଫାଇଟ୍‌‌ରେ ସ୍ୱର୍ଣ୍ଣ ପଦକ ଓ ପୁମ୍‌‌ସିରେ ରୌପ୍ୟ ପଦକ ହାସଲ କରିଥିବାବେଳେ ୩୬ କେଜିରୁ ଊର୍ଦ୍ଧ୍ବ ବାଳକ ବିଭାଗରେ ପ୍ରିୟବ୍ରତ ବାରିକ ଫାଇଟ୍‌‌ରେ ସ୍ୱର୍ଣ୍ଣ ପଦକ ଓ ପୁମ୍‌‌ସିରେ ରୌପ୍ୟ ପଦକ ହାସଲ କରିଛନ୍ତି। ସେହିପରି ୫୩ କେଜିରୁ ଊର୍ଦ୍ଧ୍ବ ବାଳକ ବିଭାଗରେ ଫାଇଟ୍‌‌ ଓ ଏକକ ପୁମ୍‌‌ସିରେ ହାସନରଜା ଖାଁ ଦୁଇଟି ରୌପ୍ୟ ପଦକ ହାସଲ କରିଥିବାବେଳେ ୨୮କେଜିରୁ ଊର୍ଦ୍ଧ୍ବ ବାଳକ ବିଭାଗରେ ବି. ତରୁଣ ସ୍ୱର୍ଣ୍ଣପଦକ ଓ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ସେହିପରି ୪୮କେଜିରୁ ଊର୍ଦ୍ଧ୍ବ ବାଳିକା ବିଭାଗରେ ଶୁଭଶ୍ରୀ ଶୁଭସ୍ମିତା ମହାନ୍ତି ଫାଇଟ୍‌‌ରେ ସ୍ୱର୍ଣ୍ଣ ପଦକ ଓ ପୁମ୍‌‌ସିରେ ରୌପ୍ୟ ପଦକ ହାସଲ କରିଥିବାବେଳେ ୩୫ କେଜିରୁ ଊର୍ଦ୍ଧ୍ବ ବାଳିକା ବିଭାଗରେ ଆଦ୍ୟାଶା ପ୍ରିୟଦର୍ଶିନୀ ଫାଇଟ୍‌‌, ଏକକ ପୁମ୍‌‌ସି ଓ ଯୁଗ୍ମ (ପୁଅ ଓ ଝିଅ) ପ୍ରତିଯୋଗିତାରେ ମୋଟ୍‌‌ ୩ଟି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ୬୦ କେଜିରୁ ଊର୍ଦ୍ଧ୍ବ ବାଳିକା ବିଭାଗରେ ପାୟଲ ସେଠୀ ଫାଇଟ୍‌‌ରେ ସ୍ୱର୍ଣ୍ଣ ପଦକ ଓ ଏକକ ପୁମ୍‌‌ସିରେ ରୌପ୍ୟ ପଦକ ହାସଲ କରିଥିବାବେଳେ ଶିଶୁ ବିଭାଗରେ ଅଂଶୁମାନ ପଟ୍ଟନାୟକ, ସ୍ୱସ୍ତିକ ମହାପାତ୍ର, ଜନ୍ମେଜୟ ସ୍ୱାଇଁ, ଅର୍ଦ୍ଧେନ୍ଦୁ କୁମାର ପୃଷ୍ଟି ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ବାଳିକା ବିଭାଗରେ ସ୍ମୃତି ସ୍ମରଣୀକା, ସୌମ୍ୟାଶ୍ରୀ ସିଂହ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଏହି ସଫଳତା ପାଇଁ ପିପିଲି ଟାଇକୋଣ୍ଡ ଏକାଡେମୀର କୋଚ୍‌‌ ନୃସିଂହ ସିଂହ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ଉତ୍ସାହିତ କରିଛନ୍ତି।

 

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories