www.samajalive.in
Monday, December 8, 2025
13.1 C
Bhubaneswar

‘ଅସାମ୍ବିଧାନିକ ଶବ୍ଦ ବ୍ୟବହାର ହୋଇଥିବା ଚଳଚ୍ଚିତ୍ରକୁ ବ୍ୟାନ୍‌‌ କରାଯାଉ’

ପିପିଲି: ନିକଟ ଅତୀତରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରିୟେ ତୁ ମୋ ସିଏ’ରେ ଅସାମ୍ବିଧାନିକ ଶବ୍ଦ ବ୍ୟବହାର କରିବାକୁ ନେଇ ବିବାଦ ତୀବ୍ର ହୋଇଛି। ଉକ୍ତ ଚଳଚ୍ଚିତ୍ରକୁ ସଂପୂର୍ଣ୍ଣ ବ୍ୟାନ୍‌‌ କରାଯିବା ସହ ଚଳଚ୍ଚିତ୍ରର ନିର୍ଦ୍ଦେଶକ, ପ୍ରଯୋଜକ ଓ ନାୟିକାଙ୍କୁ ଅନୁସୂଚିତ ଜାତି ଓ ଜନଜାତି ନିବାରଣ ଆଇନ ଅନୁସାରେ ଗିରଫ କରିବାକୁ ଜାତୀୟ ଦଳିତ ଆଦିବାସୀ ମାଇନୋରିଟି ମହାସଂଘର ରାଜ୍ୟ ସଭାପତି ବିଜୟ କୁମାର ସେଠୀ ଦାବି କରିଛନ୍ତି।

ପିପିଲିର ତାରା କଲ୍ୟାଣ ମଣ୍ଡପଠାରେ ସୋମବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜାତୀୟ ଦଳିତ ଆଦିବାସୀ ମାଇନୋରିଟି ମହାସଂଘର ରାଜ୍ୟ ସଭାପତି ବିଜୟ ସେଠୀ ଅଭିଯୋଗ କରିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି ସଦ୍ୟ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର ‘ପ୍ରିୟେ ତୁ ମୋ ସିଏ’ରେ ଅସାମ୍ବିଧାନିକ ଶବ୍ଦ ବ୍ୟବହାର କରାଯାଇଛି। ଯାହାକି ସମଗ୍ର ରାଜ୍ୟରେ ଦଙ୍ଗା ଭଳି ପରିସ୍ଥିତି ସୃଷ୍ଟି କରିବା, ଭାଇଚାରା ନଷ୍ଟ କରିବା ଓ ମଣିଷ ମଣିଷକୁ ଘୃଣା କରିବାର ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିବା ବିଜୟ ଅଭିଯୋଗ କରିଛନ୍ତି। ଉକ୍ତ ଚଳଚ୍ଚିତ୍ର ଯୋଗୁଁ ସମଗ୍ର ଓଡ଼ିଶାରେ ଏକ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ଏ ସଂପର୍କରେ ସେ ଗତ ୨୯ ତାରିଖରେ ପିପିଲି ଥାନାଧିକାରୀ, ଆରକ୍ଷୀ ଅଧିକ୍ଷକ, ଜିଲାପାଳଙ୍କ ସମେତ ବିଭିନ୍ନ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିଲେ। ପୁନର୍ବାର ଗତ ୫ ତାରିଖରେ ସେ ପିପିଲି ଥାନାଧିକାରୀ, ଆରକ୍ଷୀ ଅଧିକ୍ଷକ, ପୁଲିସ ମହାନିର୍ଦ୍ଦେଶକ, ପୁଲିସ କମିଶନର, ଡେପୁଟି ପୁଲିସ କମିଶନରଙ୍କୁ ଲିଖିତ ଭାବେ ଜଣାଇବା ସହ ଉକ୍ତ ଚଳଚ୍ଚିତ୍ରର ନିର୍ଦ୍ଦେଶକ, ପ୍ରଯୋଜକ, ନାୟିକା, ନାୟକଙ୍କ ସମେତ ଉକ୍ତ ଚଳଚ୍ଚିତ୍ରକୁ ସେନ୍ସର ବୋର୍ଡରେ ସ୍ୱୀକୃତି ଦେଇଥିବା ବ୍ୟକ୍ତିଙ୍କ ବିରୋଧରେ ଅନୁସୂଚିତ ଜାତି ଓ ଜନଜାତି ନିରାକରଣ ଆଇନ ଅନୁଯାୟୀ ମାମଲା ରୁଜୁ କରି ସେମାନଙ୍କୁ ଗିରଫ କରିବାକୁ ବିଜୟ ଦାବି କରିଥିଲେ। ତେବେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ବିଜୟ ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିବା ସୂଚନା ଦେଇଥିଲେ। ପ୍ରଶାସନ ପକ୍ଷରୁ ତୁରନ୍ତ ଉକ୍ତ ଚଳଚ୍ଚିତ୍ରକୁ ବ୍ୟାନ୍‌‌ କରାଯିବା ସହ ଚଳଚ୍ଚିତ୍ରର ନିର୍ଦ୍ଦେଶକ, ପ୍ରଯୋଜକ, ନାୟିକା ଓ ନାୟକଙ୍କୁ ଗିରଫ କରାନଗଲେ ଆଗାମୀ ଦିନରେ ଏକ ବଡ ଧରଣର ଆନ୍ଦୋଳନ କରାଯିବ ବୋଲି ବିଜୟ ଚେତାବନୀ ଦେଇଥିଲେ। ଏହି ଅବସରରେ ସେଠାରେ ଉକ୍ତ ଚଳଚ୍ଚିତ୍ରର ବ୍ୟାନରକୁ ପୋଡା ଯାଇଥିଲା।

- Advertisement -

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଉତ୍କଳ ଦଳିତ ଆଦିବାସୀ ମହାସଂଘର ରାଜ୍ୟ ସଭାପତି ରବି ନାରାୟଣ ନାୟକ, ଭିମ୍‌‌ ଆର୍ମୀର ଖୋର୍ଦ୍ଧା ଜିଲା ସଭାପତି ଦିପକ ଭୋଇ, ଜାତୀୟ ଦଳିତ ଆଦିବାସୀ ମାଇନୋରିଟି ମହାସଂଘର ରାଜ୍ୟ ସଂପାଦିକା ସୋନିଲତା ସେଠୀ, ପିପିଲି ବ୍ଲକ ସଭାପତି ବାବୁନା ବେହେରା, ସଂପାଦକ ହେମନ୍ତ ବେହେରା, ସତ୍ୟବାଦୀ ବ୍ଲକ ସଭାନେତ୍ରୀ ମମତା ବେହେରା, ଡେଲାଙ୍ଗ ବ୍ଲକ ସଭାନେତ୍ରୀ ଗୀତାରାଣୀ ମଲ୍ଲିକ, ନିମାପଡ଼ା ବ୍ଲକ ସଭାନେତ୍ରୀ ମିନତୀ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories