www.samajalive.in
Monday, December 8, 2025
14.1 C
Bhubaneswar

ଜାତୀୟ ରାଜପଥ ଉପରେ ରାହାଜାନି; ଲୁଟେରାଙ୍କ ଆକ୍ରମଣରେ ଜଣେ ଗୁରୁତର

ପିପିଲି/ଭୁବନେଶ୍ବର; ପୁରୀ ଜାତୀୟ ରାଜପଥର ପିପିଲି ବାଏପାସ ରାସ୍ତାରେ ମଙ୍ଗଳବାର ରାତିରେ ରାହାଜାନି ହୋଇଛି । ପୁରୀରୁ ଭୁବନେଶ୍ବର ଅଭିମୁଖେ ସ୍କୁଟରରେ ଫେରୁଥିବା ଏକ ଦମ୍ପତିଙ୍କୁ ଦୁର୍ବୃତ୍ତ ମାନେ ମରଣାନ୍ତକ ଆକ୍ରମଣକରି ସେମାନଙ୍କ ଠାରୁ ସୁନାଚେନ, ମଙ୍ଗଳସୂତ୍ର, ମୋବାଇଲ ଆଦି ଲୁଟି ନେଇଛନ୍ତି ।

ପୁରୁଣା ଭୁବନେଶ୍ବର ଶ୍ରୀରାମପୁର ବାସିନ୍ଦା ପ୍ରତାପ କୁମାର ସ୍ଵାଇଁ ଓ ତାଙ୍କ ପତ୍ନୀ ମିତାଲି ମଧୁସ୍ମିତା ମଙ୍ଗଳବାର ରାତିରେ ପୁରୀରୁ ଭୁବନେଶ୍ବର ସ୍ଥିତ ନିଜ ଘରକୁ ସ୍କୁଟରରେ ଫେରୁଥିବା ବେଳେ ପିପିଲି ବାଏପାସ ରାସ୍ତାର ତରାକାଜ ଛକ ନିକଟରେ ଲୁଟର ଶିକାର ହୋଇଥିଲେ । କେତେକ ଦୁର୍ବୃତ୍ତ ବାଇକରେ ଆସି ମାରଣାସ୍ତ୍ରରେ ସ୍ଵାମୀ ପ୍ରତାପଙ୍କ ଡାହାଣ ହାତକୁ ୩ ଚୋଟ ଓ ବାମ ହାତକୁ ୨ଚୋଟ ମାରିଥିଲେ । ଉଭୟ ଦମ୍ପତି ସୁଟରରୁ ତଳେ ପଡିଯିବା ପରେ ଦୁର୍ବୃତ୍ତମାନେ ତାଙ୍କ ଠାରୁ ମୋବାଇଲ, ସୁନାଚେନ୍, ମଙ୍ଗଳ ସୂତ୍ର, ଟଙ୍କା ଆଦି ଛଡାଇ ନେଇ ଫେରାର୍ ହୋଇ ଯାଇଥିଲେ ।

- Advertisement -

ପୁଲିସ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ପିପିଲି ମେଡିକାଲକୁ ଆଣିଥିବା ବେଳେ ପରେ ସେଠାରୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ଏଥିରେ ମିତାଲି ସାମାନ୍ୟ ଆହତ ହୋଇଥିବା ବେଳେ ପ୍ରତାପ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି । ଏନେଇ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ବେଳେ ପୁଲିସ ଘଟଣାର ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସ୍ରୁଷ୍ଟି କରିଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories