ନୂଆଦିଲ୍ଲୀ: ସାରା ଦେଶ ଏବେ କରୋନା ମହାମାରୀକୁ କିଭଳି ପ୍ରତିହତ କରାଯିବ ସେଥିପାଇଁ ଯୋଜନା ଚାଲିଛି। କରୋନା ଭୂତାଣୁ ଚିହ୍ନଟ ଓ ଏଥିପାଇଁ ଚିକିତ୍ସା ଯୋଗାଇ ଦେବା ସରକାରଙ୍କ ପାଇଁ ଆହ୍ବାନ ସୃଷ୍ଟି କରିଛି। ତେବେ ଏକ ରହସ୍ୟମୟ ତଥା ଅଜଣା ଭୂତାଣୁ ଆସାମ ସରକାରଙ୍କ ନିଦ ହଜାଇ ଦେଇଛି । ଏହି ରହସ୍ୟମୟୀ ଭୂତାଣୁ ସଂକ୍ରମଣରେ ହଜାର ହଜାର ଘୁଷୁରୀଙ୍କ ମୃତ୍ୟୁ ହୋଇଛି । ଆସାମର ୬ ଜିଲା ଏହି ରହସ୍ୟମୟୀ ଭୂତାଣୁ କବଳରେ ରହିଛି । ଶନିବାର ଘୁଷୁରୀ ମାଂସ କିଣିବାକୁ ରାଜ୍ୟ ସରକାର ନିଷେଧ ଘୋଷଣା କରିଛନ୍ତି ।
କୃଷିମନ୍ତ୍ରୀ ଅତୁଲ ବୋରା କହିଛନ୍ତି ଯେ ଆସାମରେ ଘୁଷୁରୀ ଓ ମାଂସ କିଣିବା ନେଇ ନିଷିଦ୍ଧ କରାଯାଇଛି। ଘୁଷୁରୀମାନେ ଅଜଣା ଭୂତାଣୁ ସଂକ୍ରମଣ ଦ୍ବାରା ମରିବା ସୂଚନା ମିଳିବା ପରେ ପ୍ରଭାବିତ ଅଞ୍ଚଳକୁ ଏକ ଡାକ୍ତରୀ ଦଳ ପଠାଯାଇଛି ଓ ମୃତ ଘୁଷୁରୀଙ୍କ ନମୁନା ସଂଗ୍ରହ କରାଯାଇଛି।
ନର୍ଥ ଇଷ୍ଟର୍ନ ରିଜିଓନାଲ ଡିଜିଜ୍ ଡାଇଗ୍ନୋଷ୍ଟିକ୍ ଲାବୋରୋଟେରୀ ଓ ବାୟୋସେଫ୍ଟି ଲେବଲ-୩ ଲାବରୋଟୋରୀରେ ଘୁଷୁରୀଙ୍କ ନମୁନା ପରୀକ୍ଷଣ ହୋଇଛି। ଏଥିରେ ମିଳିଥିବା ରିପୋର୍ଟରେ ଘୁଷୁରୀଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
କୃଷିମନ୍ତ୍ରୀଙ୍କ କହିବା ଅନୁସାରେ ସମସ୍ତ ନମୁନା ଏବେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହାଇ ସିକ୍ୟୁରିଟି ଆନିମଲ ଡିଜିଜ୍ ଭୋପାଳରେ ପଠାଯାଇଛି । ଭୋପାଳରୁ ରିପୋର୍ଟ ଆସିବା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ। ରୋଗ ଯେପରି ଅଧିକ ନ ବ୍ୟାପିବ ସେଥିପାଇଁ ୬ଟି ଜିଲାକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି, ଯେଉଁଠାରେ ଘୁଷୁରୀ ମରିଛନ୍ତି।
ଆସାମରେ ରହସ୍ୟମୟ ଭୂତାଣୁ: ୬ ଜିଲାକୁ ବ୍ୟାପିଲାଣି, ମରୁଛନ୍ତି ହଜାର ହଜାର ଘୁଷୁରୀ
Popular Categories



