www.samajalive.in
Saturday, December 6, 2025
26.1 C
Bhubaneswar

ଅଧିଷ୍ଠାତ୍ରୀ ଦେବୀ ମା’ ପିତାବଳିଙ୍କ ଯନ୍ତାଳ ଯାତ୍ରା 

ଫୁଲବାଣୀ : କନ୍ଧମାଳ ଜିଲା  ଫିରିଙ୍ଗିଆ ଅଞ୍ଚଳ ର ଅଧିଷ୍ଠାତ୍ରୀ ଦେବୀ  ମା’ ପିତାବଳିଙ୍କ ଯନ୍ତାଳ ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଛି। ପ୍ରଥମେ ଯଥା ଵିଧି ଚଳିତ ବର୍ଷ ବୁଧବାର ରାତିରେ ବାର ଓ ଠାକୁରାଣୀଙ୍କୁ ଆବାହନ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇ ଥିବା ବେଳେ ଗୁରୁବାର ସକାଳ ୧0 ଟାରେ ଭକ୍ତ ଓ ଅଞ୍ଚଳବାସୀଙ୍କ ସହ ୧୩ ଭୁକ୍ତା ବିଭିନ୍ନ ଢୋଲ ବାଦ୍ୟ ମହୁରୀ ସହ ପଟୁଆରରେ ମନ୍ଦିରରୁ ବାହାରି ପୂଜଜ ସତ୍ୟନାରାୟଣ ଭୁକ୍ତା ଓ ବାହକ ପଦ୍ମ ଲୋଚନ ପ୍ରଧାନଙ୍କୁ ଘରୁ ବରଣ କରି ମନ୍ଦିରକୁ ଅଣା ଯାଇଥିଲା । ଦିନ ୧ ଘଣ୍ଟାରୁ ଯଥା ରୀତି ପୂଜାର୍ଚନା ଆରମ୍ଭ କରା ଯାଇଥିବା ବେଳେ ୪ ଟା ପର୍ଯ୍ୟନ୍ତ ପୂଜା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।
ଫିରିଙ୍ଗିଆ ଅଞ୍ଚଳ ସହ ଜିଲା ଏବଂ ବିଭିନ୍ନ ରାଜ୍ୟରୁ ହଜାର ହଜାର ମାନସିକ ଧାରୀ ଭକ୍ତ ଓ ଶ୍ରଦ୍ଧାଳୁ ମାଙ୍କ ଦର୍ଶନ କରି କୃପା ଲାଭ ଓ ଆଶୀର୍ବାଦ ଭିକ୍ଷା କରିଥିଲେ। ମା’ ପିତାବଳିଙ୍କ ପୂଜାରେ ଯଥା ଵିଧି ନବାହ୍ନ ଲଗା ଯାଇ ଥିଲା। ପରିଚାଳନା କମିଟି ସଭାପତି ସତ୍ୟନାରାୟଣ ପାଣିଗ୍ରାହୀ, ସମ୍ପାଦକ ଗୁରୁବନ କହଁରଙ୍କ ସହ ଉମା ବିନ୍ଧାଣି, ସୁରେନ୍ଦ୍ର କହଁର, ଅନ୍ଧୁ ମୁଖି, ସରୋଜ ଚର୍ଚ୍ଚାଙ୍କ ସହ ପରିଚାଳନା କମିଟିର ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ।
ପ୍ରବଳ ଗହଳି ସହ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥିବାରୁ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଓ ସୁରକ୍ଷା ଦୃଷ୍ଟି କୋଣରୁ ସୁରକ୍ଷା ବ୍ୟବସ୍ଥା କଡ଼ା କଡ଼ି କରାଯାଇଥିବା ଫିରିଙ୍ଗିଆ ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ସୂଚନା ଦେଇଛନ୍ତି । ଅନ୍ୟ ପଟେ ଯାତ୍ରାକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ଯାତ୍ରା କମିଟି ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ କାର୍ଯ୍ୟକ୍ରମ କରିଥିଲେ।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories