www.samajalive.in
Monday, December 8, 2025
14.1 C
Bhubaneswar

ଉଛୁଳା ନଦୀରେ ରୋଗୀଣି ମା’ଙ୍କୁ ଦୋଳାରେ ବୋହିଲେ ପୁଅ

ଫୁଲବାଣୀ,ବାଲିଗୁଡା:କନ୍ଧମାଳ ଜିଲା କ.ନୂଆଗାଁ ବ୍ଲକ ମହାସିଂ ପଂଚାୟତ ଏକ ନମ୍ବର ୱାର୍ଡ଼ କୁବେର ମୁଣ୍ଡା ଗ୍ରାମରେ ୨୦ ପରିବାର ବସ ବାସ କରନ୍ତି। ତେବେ ଅନନ୍ତି ପ୍ରଧାନଙ୍କ ଦେହ ଦୀର୍ଘ ଦିନ ଧରି ଅସୁସ୍ଥ ହୋଇଥିଲା। ଲଗାଣ ବର୍ଷାରେ ଖଡ଼ଗା ନଦୀରେ ପାହାଡିଆ ବନ୍ୟା ଜଳ ପ୍ରବାହିତ ହୋଇଥିବା ଯୋଗୁଁ ସେ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯାଇ ପାରିନଥିଲେ। ଆଜି ସକାଳେ ଅଧିକ ଶରୀର ଅସୁସ୍ଥ ହେବା ଯୋଗୁଁ ସ୍ବାମୀ ରଘୁନାଥ ପ୍ରଧାନ, ଗ୍ରାମବାସୀ ସମୀର ଡିଗାଲ, ଅନାଇ ମୁଖି ପ୍ରମୁଖ ଅନନ୍ତି ପ୍ରଧାନଙ୍କୁ ଭାର କରି ଗ୍ରାମ ଠାରୁ ଦୁଇ କିମି କାଦୁଅ ରାସ୍ତା ଦେଇ ଖଡ଼ଗ ନଦୀ ମୁହାଁଣରେ ପହଂଚି ଥିଲେ।

ଏହାପରେ ନଦୀ ଉପରେ ଅଣ୍ଟାଏ ପାଣି ରେ ବିପଦ ସଙ୍କୁଳ ଅବସ୍ଥା ରେ ନଦୀ ପାର ହୋଇ ମହାସିଂ ଗ୍ରାମରେ ପହଂଚି ଅଟୋ ଯୋଗେ ବାଲିଗୁଡ଼ା ଚିକିତ୍ସା ଳୟରେ ପହଁଚି ଥିଲେ। ସେଠାରେ ଚିକିତ୍ସା କରାଇ ମହାସିଂ ଗ୍ରାମରେ ନିଜ ସମ୍ପକୀୟଙ୍କ ଘରେ ରହି ଚିକିତ୍ସା ହେଇଥିବା ଅନନ୍ତିଙ୍କ ପୁଅ ଆଦମ ପ୍ରଧାନ ପ୍ରକାଶ କରିଛନ୍ତି। ଖଡ଼ଗ ନଦୀରେ ପୋଲ ସହ ଗାଁକୁ ରାସ୍ତା ନିର୍ମାଣ ହୋଇନଥିବା ଯୋଗୁଁ ଆମ୍ବୁଲାନ୍ସ ପହଞ୍ଚି ପାରେ ନାହିଁ। ଫଳରେ ଏଠାକାର ଗ୍ରାମ ବାସି ରୋଗରେ ପଡ଼ିଲେ ହଣ୍ଡା ମାଧ୍ୟ୍ୟ ମରେ ନଦୀ ପାର ହୋଇଥାନ୍ତି। କେତେ ବେଳେ ଗାଡ଼ିର ଟିୟୁବ ମାଧ୍ୟମରେ ନଦୀ ପାର ହୋଇ ମେଡିକାଲ ଏବଂ ଏକ ଟଙ୍କିଆ ଚାଉଳ ପାଇଁ ପଂଚାୟତକୁ ଯାଇଥାନ୍ତି। ଉକ୍ତ ନଦୀ ଉପରେ ପୋଲ ସହ କୁବେର ମୁଣ୍ଡା ଗ୍ରାମକୁ ପକ୍କା ରାସ୍ତା ନିର୍ମାଣ ପାଇଁ ଗ୍ରାମ ବାସି ଦାବି କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories