www.samajalive.in
Saturday, December 6, 2025
26.1 C
Bhubaneswar

୭୫ କିଲୋ ଗଞ୍ଜେଇ ଜବତ, ୨ ଅଭିଯୁକ୍ତ ଗିରଫ

ଫୁଲବାଣୀ :କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ପବିଙ୍ଗିଆ ପଞ୍ଚାୟତ ଅଧୀନରେ ଥିବା ପତଖୋଲ ଛକ ନିକଟରୁ ଫୁଲବାଣୀ ସଦର ଅବକାରୀ ବିଭାଗ ରବିବାର ୭୫ କିଲୋ ଗଞ୍ଜେଇ ଜବତ କରିବା ସହ ଏହି ଘଟଣାରେ ଦୁଇଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଅନୁସାରେ ରବିବାର ସକାଳୁ ଦୁଇଜଣ ବ୍ୟକ୍ତି ଏହି ପତଖୋଲ ଗାଁ ଛକ ନିକଟରେ ଚାରୋଟି ଗଞ୍ଜେଇ ଭର୍ତ୍ତି ବସ୍ତା ରଖି ଚାଲାଣ କରିବା ପାଇଁ ଗାଡିକୁ ଅପେକ୍ଷା କରିଥିବା ସମୟରେ କୌଣସି ସୂତ୍ରରୁ ଖବରପାଇ ଅବକାରୀ ବିଭାଗର କର୍ମଚାରୀମାନେ ମାଡ଼ିବସିଥିଲେ। ଗିରଫ ଦୁଇ ଅଭିଯୁକ୍ତ ସେହି ପତଖୋଲ ଗାଁର ସନୁଜ ମହାକୁଡ଼ ଓ ସର୍ବେଶ୍ୱର ମହାକୁଡ଼ ବୋଲି ଜଣାପଡିଛି । କବତ ଗଞ୍ଜେଇ ବ୍ରହ୍ମପୁରକୁ ଚାଲାଣ କରାଯାଉଥିବା ଜଣାପଡିଛି।

- Advertisement -

ଏହି ଘଟଣାରେ ଫୁଲବାଣୀ ସଦର ଅବକାରୀ ବିଭାଗରେ ୪୬/୨୪ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଳାଣ କରାଯାଇଛି। ଅବକାରୀ ଇନେସ୍ପେକ୍ଟର ପୂର୍ଣଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ହୋଇଥିବା ଏହି ଚଢ଼ାଉରେ ଏସଏଇ ସାଗର ଭୋଇ, ସୁକାନ୍ତ କୁମାର କହଁର, କନେଷ୍ଟପଲ ଅନିଲ କୁମାର ବେହେରା, ମିଳନ କୁମାର ସାହୁ, ସଂଜୀବ ପ୍ରଧାନ, ଅନିଲ କୁମାର ପାଣିଗ୍ରାହୀ ପ୍ରମୁଖ ସାମିଲ ଥିଲେ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories