ଫୁଲବାଣୀ: ସାରା ରାଜ୍ୟରେ ଏବେ ମାହାମାରି କେରେନାର ଦ୍ୱିତୀୟ ଲହରି ଚିନ୍ତାର କାରଣ ହୋଇଛି। ଦିନକୁ ଦିନ ସକ୍ରମଣ ବୃଦ୍ଧି ପାଇବା ସହିତ ମୃତ୍ୟୁ ସଂଖ୍ୟାମଧ୍ୟ ବେସରକାରୀ ଭାବେ ବୃଦ୍ଧି ପାଇବାରେ ଲାଗିଛି। ତେବେ ଏହି ଦ୍ୱିତୀୟ ଲହରି ବେଳେ ସଂକ୍ରମିତଙ୍କ ପାଇଁ ଅକ୍ସିଜେନର ନିତାନ୍ତ ଆବଶ୍ୟକତା ଏବେ ସମସ୍ତଙ୍କ ମଧରେ ଛନକା ପଶିଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ବ୍ୟାପକ ଅମ୍ଳଜାନ ପାଇଁ ମଧ୍ୟ ବ୍ୟାପକ ପଦକ୍ଷେପ ଗ୍ରହଣ କରିଥିବାର ଦେଖାଯାଇଛି। ଏହି ସଂକଟ ସମୟରେ ଗଛର ଆବଶ୍ୟକତା ମଧ୍ୟ ସାଧାରଣ ଜନତା ବେସ୍ ଉପଲବବ୍ଧ କରିଥିବା ବେଳେ ଅକ୍ସିଜେନ୍ ଯୋଗାଉଥିବା ଗଛଗୁଡ଼ିକୁ ବୈଦିକ ରୀତିନୀତିରେ ପୂଜାପାଠ କରି ଏକ ଭିନ୍ନ ସଚେତନତା ସୃଷ୍ଟି କରିବା ପ୍ରୟାସ କରିଛି ଫିରିଙ୍ଗିଆ ବନ ବିଭାଗ। କନ୍ଧମାଳ ଜିଲା ଫିରିଙ୍ଗିଆ ବନାଞ୍ଚଳରେ କାର୍ଯ୍ୟରତ କର୍ମଚାରି ମାନେ ଏକ ଅଭିନଭ ଢଙ୍ଗରେ ଆରମ୍ଭ କରିଥିବା ସଚେତନତା କାର୍ଯ୍ୟକ୍ରମକୁ ମଧ୍ୟ ବିଭିନ୍ନ ମହଲରେ ବେସ୍ ପ୍ରଶଂସା କରାଯାଇଛି।
ଫିରିଙ୍ଗିଆ ବନାଞ୍ଚଳ ଅଧିକାରୀ ବିଜୟ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲ।। ବିଶ୍ୱକୁ ଅମ୍ଳଜାନ ସଂଙ୍କଟରୁ ରକ୍ଷା କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ ରହିଥବା ବେଳେ ବିଶେଷ କରି ଅଧିକ ଅମ୍ଲଜାନ ଯୋଗଉଥିବା ବୃକ୍ଷ ମଧ୍ୟରେ ଅଶ୍ୱତଥ, ବର, ନିମ୍ବ , ଅର୍କ ତୁଳସୀ ଆଦି ଗଛ ମାନଙ୍କୁ ବୈଦିକ ରିତିରେ ଆଜି ପୂଜା ଅର୍ଚନା କରାଯାଇଥିଲ। ଏହା ସହ ବନାଞ୍ଚଳ ଅଧିନରେ ଥିବା ଗ୍ରାମାଞ୍ଚଳ ମାନଙ୍କରେ ମଧ୍ୟ ବନ ବିଭାଗର କର୍ମଚାରିମାନେ ଲୋକଙ୍କୁ ଏହି ଅମ୍ଲଜାନ ଯୋଗଉଥିବା ଗଛ ଗୁଡିକର ସଂରକ୍ଷଣ ଓ ସୁରକ୍ଷା କେମିତି ହୋଇପାରିବ ଓ ଗଛ ଗୁଡିକର ଆବଶ୍ୟକତା ବିଷୟରେ ସଚେତନତା କରିଥିଲେ। ଶନିବାର ଗ୍ରହରାଜ ଶନିଦେବ ଙ୍କ ଜନ୍ମ ଦିବସ ଉପଲକ୍ଷେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ଫିରିଙ୍ଗିଆ ବନାନଚଳ ଅଧିକାରୀ ଙ୍କ ସହ ବନାନଚଳ କାର୍ଯ୍ୟାଳୟ ରେ କାର୍ଯ୍ୟରତ ସମସ୍ତ କର୍ମଚାରି ସାମିଲ୍ ହୋଇଥିଲେ।



