www.samajalive.in
Sunday, December 7, 2025
26.1 C
Bhubaneswar

ବାତ୍ୟା ‘ୟାସ’ର ଉଦ୍ଧାର ଓ ରିଲିଫ କାର୍ଯ୍ୟ ପାଇଁ ଭାରତୀୟ ନୌସେନା ଜାହାଜ ଓ ଏୟାରକ୍ରାଫ୍ଟ ସଜାଗ

ନୂଆଦିଲ୍ଳୀ : ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହେଉଥିବା ଲଘୁଚାପ ବଳୟ କ୍ରମଶଃ ଘନୀଭୂତ ହୋଇ ଆସନ୍ତା ୨୪ଘଣ୍ଟା ମଧ୍ୟରେ ସାମୁଦ୍ରିକ ଝଡ ‘ୟାସ’ ରୂପ ନେବାର ସମ୍ଭାବନା ରହିଛି। ବଙ୍ଗୋପସାଗରରେ ସୃଷ୍ଟ ଏହି ଝଡ ଉତ୍ତରପଶ୍ଚିମ ଦିଗରେ ଗତିକରି ଉତ୍ତର ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ହୋଇ ଆସନ୍ତା ୨୬ତାରିଖ ଦିନ ଅତିକ୍ରମ କରିବା ସମ୍ଭାବନା ଅଛି। ଭାରତୀୟ ନୌସେନା ଏହି ଝଡବାତ୍ୟାର ଗତିପଥ ଉପରେ ସତର୍କ ନଜର ରଖିଛି। ପୂର୍ବ ନୌକମାଣ୍ଡ ଏବଂ ଓଡିଶା ଓ ପଶ୍ଚିମବଙ୍ଗ ଭାରପ୍ରାପ୍ତ ନୌସେନା ଅଧିକାରୀ ବାତ୍ୟା ‘ୟାସ’ ପ୍ରଭାବର ମୁକାବିଲା ନିମନ୍ତେ କାର୍ଯ୍ୟ ପନ୍ଥା ପ୍ରସ୍ତୁତ କରିଛନ୍ତି। ସେମାନେ ରାଜ୍ୟ ପ୍ରଶାସନର ଯୋଗାଯୋଗରେ ରହିବା ସହ ଆବଶ୍ୟକ ସ୍ଥଳେ ସମସ୍ତ ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଛନ୍ତି।
ପ୍ରସ୍ତୁତିର ଅଂଶବିଶେଷ ଭାବେ ୮ଟି ବନ୍ୟା ରିଲିଫ ଓ ଚାରୋଟି ଡ୍ରାଇଭିଂ ଟିମ୍ ଓଡିଶା ଓ ପଶ୍ଚିମବଙ୍ଗରେ ଉପସ୍ଥିତ ଦଳର ସହାୟତା ପାଇଁ ପ୍ରସ୍ତୁତ ରହିଛନ୍ତି। ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ମାନବିକ ସହାୟତା ଓ ବିପର୍ୟ୍ୟୟ ପ୍ରଶମନ ନିମନ୍ତେ ଚାରୋଟି ନୌସେନା ଜାହାଜ ସଜାଗ ରହିଛନ୍ତି। ନୌସେନାର ଏୟାରକ୍ରାପ୍ଟ ବିଶାଖାପାଟଣାର ଆଇଏନଏସ ଡେଗା ଓ ଚେନ୍ନାଇ ନିକଟସ୍ଥ ଆଇଏନଏସ ରାଜାଲୀ ନୌସେନା ଏୟାର ଷ୍ଟେସନଠାରେ ସମ୍ଭାବ୍ୟ ବିପଦର ମୁକାବିଲା ନିମନ୍ତେ ରିଲିଫ ସାମଗ୍ରୀ ସହ ପ୍ରସ୍ତୁତ ହୋଇରହିଛନ୍ତି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories