www.samajalive.in
Wednesday, December 10, 2025
18.1 C
Bhubaneswar

ବେଆଇନ୍ ବାଲି ଚାଲାଣ, ୩୦ ହଜାର ଜରିମାନା ଆଦାୟ

ଫୁଲବାଣୀ: କନ୍ଧମାଳ ଜିଲା ଖଜୁରିପଡ଼ା ସଦରମହକୁମା ଠାରେ ଆଜି ସକାଳୁ ପୁଲିସ୍ ଜନଗହଳି ରୋକିବା ସହିତ ଅମାନିଆ ବାଇକ୍ ଚାଳକମାନଙ୍କୁ ଅଟକାଇ ମାକ୍ସ ଓ ହେଲମେଟ୍ ବ୍ୟବହାର କରିନଥିବା ଳୋକଙ୍କ ଠାରୁ ଫାଇନ୍ ଆଦାୟ କରିିଥିଲେ। ଏହି ସମୟରେ ବୌଦ୍ଧ ଜିଲାରୁ ବାଲିନେଇ ଖଜୁରିପଡ଼ା ଆସିଥିବା ଏକ ହାଇୱା ଟ୍ରକକୁ ପୁଲିସ୍ ଅଟକାଇଥିଲା। ଏନେଇ ତହସିଲଦାରଙ୍କୁ ପୁଲିସ ସୂଚନା ଦେଇଥିଲା। ଖଜୁରିପଡ଼ା ତହସିଲଦାର ସ୍ୱପ୍ନିତା ନାୟକ ଘଟଣା ସ୍ଥଳରେ ପହଞ୍ଚି ବେଆଇନ ଭାବେ ବାଲି ଚାଲାଣ କରୁଥିବା ଅଭିଯୋଗରେ ଉକ୍ତ ହାଇୱା ଟ୍ରକକୁ (ନଂ: ଓଡ଼ି୧୫ଏମ୍ ୯୫୮୮) ଗାଡିକୁ ୨୦ ହଜାର ଟଙ୍କାର ଜରିମାନା ଆଦାୟ କରିଥିଲେ। ସେହିପରି ସୁଡୁରୁକୁମ୍ପା ରାସ୍ତାରେ ତୁମୁଡ଼ିବନ୍ଧ ଯାଉଥିବା ଅନ୍ୟଏକ ଟିପର ଗାଡ଼ି (ନ: ଓଆର୍୧୨ବି୨୭୭୪)ରୁ ମଧ୍ୟ ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ଜଣାଯାଇଛି।

 

- Advertisement -

ସେହିଭଳି ପୁଲିସ୍ ମଧ୍ୟ ସ୍ଥାନୀୟ ଅଞ୍ଚଳର ବିିଭିନ୍ନ ସ୍ଥାନରେ ଚଢାଉ କରି ଅମାନିଆଙ୍କ ଠାରୁ ଜରିମାନା ଆଦାୟ କରିଛି। ସେହିଭଳି ଆଜି ବଜାର ମଧ୍ୟରେ ଅନେକ ଦୋକାନରେ ଗହଳି ହୋଇଥିବା ବେଳେ ସେମାନଙ୍କୁ ତହସିଲଦାର ତାଗିତ୍ କରିବା ସହିତ ସତର୍କ କରାଇଛନ୍ତି। ଖଜୁରିପଡ଼ା ଥାନା ଅଧିକାରୀ ରମାକାନ୍ତ ପାତ୍ର , ଏସ୍ଆଇ ଉଦ୍ଧବ ଯାନୀ, ବିକାଶ କୁମାର ମଲିକ ଓ ଏଏସ୍ଆଇ ଶଙ୍କର ପାଢୀ ପ୍ରମୁଖ ସହରର ବିିଭିନ୍ନ ସ୍ଥାନରେ ବୁଲି ଅମାନିଆଙ୍କ ସାବାଡ଼୍ କରିଥିଲେ। ଫୁଲବାଣୀ ସଦର ଏସଡ଼ିପିଓ ମହେନ୍ଦାନାଥ ମୁର୍ମୁ ମଧ୍ୟ ପହଞ୍ଚି ବିଳମ୍ବିତ ରାତି ପର୍ଯ୍ୟନ୍ତ ବ୍ୟବସାୟ କରୁଥିବା ବ୍ୟବସାୟୀମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ସୂଚନା ମିଳିଛି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories