www.samajalive.in
Tuesday, December 9, 2025
16.1 C
Bhubaneswar

ଶୁଦ୍ଧକ୍ରିୟାକୁ ଆସିଥିବା ବେଳେ ଦୁର୍ଘଟଣା – ଜଣେ ମୃତ

ଫୁଲବାଣୀ, :- କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ଅନ୍ତର୍ଗତ ଶେଷରୀଗାଁ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ହୋଇଛନ୍ତି । ମୃତକ ଜଣକ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ସାଙ୍କୁଶ ଗ୍ରାମର ବସନ୍ତ ମାଝୀ (୩୮) ।

ସୂଚନା ଅନୁସାରେ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ଅନ୍ତର୍ଗତ ମୁଣ୍ଡିଗଡ଼ ପଞ୍ଚାୟତ ସେସାରି ଗ୍ରାମ କୁ ଏକ ଶୁଦ୍ଧକ୍ରିୟା କାର୍ଯ୍ୟ ରେ ସକାଳୁ ବସନ୍ତ ନିଜ ପରିବାର ସହ ଆସିଥିଲେ ।ସେହି ସମୟରେ ତାଙ୍କ ବଡ଼ବାପା ୫୯ ନମ୍ବର ଜାତୀୟ ରାଜପଥ କଡ଼ରେ ବସି ଥିବା ଖବରପାଇ ବସନ୍ତ ବାଇକ ନମ୍ବର ଓଡି ୦୮ଆର ୬୩୦୫ ରେ ଆଣିବା ପାଇଁ ଯାଇଥିଲେ । ତୁମୁଡିବନ୍ଧ ରୁ ରାମପୁର ଅଭିମୁଖେ ବାଇକ ନମ୍ବର ଓଡି ୦୮ଜେଡ ୨୫୦୨ ରେ କଳାହାଣ୍ଡି ଜିଲ୍ଲା ଉର୍ଲାଦାନୀ ପାଞ୍ଚାୟତ ର ଖଲିଆମୁଣ୍ଡା ଗ୍ରାମର ବିପିନ ହରିଜନ (୨୦) ଓ ସାମନ୍ତ ମଝି (୧୬) ଦୁହେଁ ଦ୍ରୁତ ଗତିରେ ଆସୁଥିବା ବେଳେ ବସନ୍ତ ଶେଷରୀ ଗାଁ ସାହି ଭିତରୁ ବାହାରୁଥିବା ସମୟରେ ବସନ୍ତ କୁ ଧକା ଦେଇଥିଲା ।ଘଟଣା ସ୍ଥଳରେ ହିଁ ବସନ୍ତ ଙ୍କ ମୃତ୍ୟୁ ଘଟିଥିଲା ।ଖବର ପାଇ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ମୃତ୍ୟୁ ବସନ୍ତଙ୍କୁ ତୁମୁଡିବନ୍ଧ ପୋଲିସ ଘଟଣା ସ୍ଥଳରୁ ତୁମୁଡିବନ୍ଧ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିସାରିଥିଲେ ।ଗୁରୁତର ଆହତ ଦୁଇ ଜଣଙ୍କୁ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାନ୍ତରିତ କରିଥିବା ତୁମୁଡିବନ୍ଧ ଥାନା ଅଧିକାରୀ ଆଶୁତୋଷ ଜେନା ସୂଚନା ଦେଇଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories