ଫୁଲବାଣୀ:ଜନୈକ ନାବାଳିକାକୁ ଅପହରଣ କରି ଗଣ ବଳାତ୍କାର କରିବା ଅଭି୍େୟାଗରେ ଫିରିଙ୍ଗିଆ ପୁଲିସ ୩ଜଣଙ୍କୁ ଗିରଫ କରିଥିବାବେଳେ ଜଣେ ଫେରାର୍ ହୋଇଯାଇଛି। ଗିରଫ ମାନେ ହେଲେ ଫିରିଙ୍ଗିଆ ଥାନା ବେହେଙ୍ଗିଆ ଗ୍ରାମର ସରୋଜ କହଁର ଓ ମହେଶ୍ୱର କହଁର ଓ ଜୟଲାମ୍ବା ଗ୍ରାମର ସୁକାନ୍ତ କହଁର।
ସୂଚନା ମୁତାବକ, ଗତ ୨୮ ତାରିଖ ରାତିରେ ଫିରିଙ୍ଗିଆ ଥାନା ଅଞ୍ଚଳର ଜନୈକା ନାବାଳିକା ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜ ଘରକୁ ଫେରୁଥିଲେ। ସେହି ସମୟରେ ୩ ଜଣ ଯୁବକ ଏକ ମଟର ସାଇକେଲ ଯୋଗେ ଆସି ତାଙ୍କୁ ରାସ୍ତା ଉପରୁ ଅପହରଣ କରି ନେଇ ଯାଇଥିଲେ। ସେମାନେ ନାବାଳିକାକୁ ନିକଟସ୍ଥ ଜଙ୍ଗଲକୁ ନେଇ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ। ଏହାପରେ ଆଉ ଜଣେ ଯୁବକ ମଧ୍ୟ ସେଠାରେ ପହଞ୍ଚିଚି ସେହି ନାବାଳିକାକୁ ସେଠାରେ ଦୁଷ୍କର୍ମ କରିଥିବା ଅଭିୟାଗ ହୋଇଛି। ଏହା ପରେ ଦୁଷ୍କର୍ମକାରୀମାନେ ନାବାଳିକାକୁ ଅଚେତ ଅବସ୍ଥାରେ ଭ୍ରୁଙ୍ଗିଯୋଡି ନିକଟସ୍ଥ ଜଙ୍ଗଲରେ ଛାଡି ଦେଇ ଚାଲି ଯାଇଥିଲେ।
ନାବାଳିକାର ବାପାଙ୍କ ଏତଲା କ୍ରମେ ଫିରିଙ୍ଗିଆ ପୁଲିସ କେସ ନଂ ୫୩ା୨୧ରେ ଏକ ମାମଲା ରୁଜୁ କରିବା ସହିତ କରିବା ସହ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅନ୍ୟ ଜଣେ ଅଭିଯୁକ୍ତ ଫେରାର ରହିଛି। ତେବେ ତାକୁ ମଧ୍ୟ ଅତି ଶୀଘ୍ର ଗିରଫ କରାଯିବ ବୋଲି ଫିରିଙ୍ଗିଆ ଥାନା ଅଧିକାରୀ ପି ଶ୍ୟାମ ସୁନ୍ଦର ରାଓ ପ୍ରକାଶ କରିଛନ୍ତି। ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଏହି ଘଟଣାରେ ସଂପୃକ୍ତ ବାଇକ୍କୁ ମଧ୍ୟ ପୁଲିସ୍ ଜବତ କରିଛି।



