www.samajalive.in
Tuesday, December 9, 2025
16.1 C
Bhubaneswar

ଜବର ଦଖଲ ବିରୁଦ୍ଧରେ ତାତିଲେ ମହିଳା, କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

ଚୌଦ୍ୱାର : ସରକାରଙ୍କ ଜମି ମିଶନ୍ ଜରିଆରେ ପ୍ରଶାସନ ତରଫରୁ ଚୌଦ୍ୱାର ପୌର ପାଳିକା ୧୬ ନମ୍ବର ୱାର୍ଡ଼ ଅନ୍ତଗତ ଚାରିଘରିଆ ଆଦିବାସୀ ସାହି ନିକଟରେ ଚିହ୍ନଟ କରାଯାଇଥିବା ଜମିକୁ କିଛି ଅସାମାଜିକ ତଥା ଅସାଧୁ ଲୋକ ଜବରଦଖଲ କରି ନେଉଥିବା ଅଭିଯୋଗ ହୋଇଛି। ଚାରିଘରିଆ ଆଦିବାସୀ ବସ୍ତି ବାସିନ୍ଦାଙ୍କୁ ଥଇଥାନ କରିବା ଲକ୍ଷରେ ଏହି ଜମି ଚିହ୍ନଟ କରାଯାଇଥିବା ଓ ବସ୍ତି ବାସିନ୍ଦାଙ୍କୁ ଏହି ଜମି ଉପରେ ଘର କରିବା ପାଇଁ ପ୍ରଶାସନ ତରଫରୁ ଜମିପଟ୍ଟା ଦେବାର ମଧ୍ୟ ବ୍ୟବସ୍ଥା କରାଯାଉଥିବ ଜଣା ପଡ଼ିଛି। ଏହି ଜମି ଉପରେ ପୌରପାଳିକା ତରଫରୁ ଏକ ଗୋଷ୍ଠି ଉନ୍ନୟନ କେନ୍ଦ୍ର ଗୃହ ମଧ୍ୟ ନିର୍ମାଣ କରାଯାଇଛି। ଆହୁରି ମଧ୍ୟ ଏହି ଗୃହର ଡାହାଣ ପଟକୁ ଲାଗି ରହିଥିବା ବଳକା ଜାଗା ଉପରେ ଏକ ପାର୍କ ନିର୍ମାଣ ପାଇଁ ଗତ ୩-୧-୨୦୨୧ରେ ଏକ ପ୍ରସ୍ତାବ ଗୃହିତ ହୋଇଛି।

- Advertisement -

କିନ୍ତୁ କିଛି ସ୍ଥାନୀୟ ଅସାଧୁ ବ୍ୟକ୍ତି ବଳକା ଥିବା ଏହି ଜମି ଚାରିପଟେ ସିମେଣ୍ଟ ଖୁଣ୍ଟି ପୋତି ଜମିକୁ ଜବରଦଖଲ କରି ନେଇଛନ୍ତି। ଏହା ଜଣା ପଡ଼ିବା ପରେ ଏହାକୁ ଚାରିଘରିଆ ମୁଣ୍ଡା ସାହି ବାବାମଣି ବସ୍ତି ଉନ୍ନୟନ ସଂଘ ତରଫରୁ ତୀବ୍ର ବିରୋଧ କରାଯାଇଛି। ଏହାର ପ୍ରତିବାଦରେ ସାହିର ବହୁ ସଂଖ୍ୟକ ମହିଳା ଓ ପୁରୁଷ ଘଟରାସ୍ଥଳରେ ପହଞ୍ଚି ଜବରଦଖଲ ନିର୍ମାଣକୁ ତୀବ୍ର ବିରୋଧ କରିବା ସହିତ ପୋତା ଯାଇଥିବା ସିମେଣ୍ଟ ଖୁଣ୍ଟ ସବୁକୁ ଓପାଡି ଫୋପାଡି ଦେଇଛନ୍ତି। ଏଥି ସହିତ ଉନ୍ନୟନ ସଂଘ ତରଫରୁ ଚୌଦ୍ୱାର ଥାନା ଅଧିକାରୀ, ପୌର ନିର୍ବାହୀ ଅଧିକାରୀ ଓ ଟାଙ୍ଗୀ-ଚୌଦ୍ୱାର ତହସିଲଦାରଙ୍କୁ ମେଲ ଜରିଆରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ଲାଗି ରହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories