www.samajalive.in
Friday, December 12, 2025
19.1 C
Bhubaneswar

ବିଷ ପିଇ ଶିଶୁ ଗୁରୁତର

ବାସୁଦେବପୁର: ମା’ କିଣି ଆଣିଥିବା କୀଟନାଶକ ପିଇ ଜଣେ ସ୍କୁଲ୍‍ ଛାତ୍ରୀ ଗୁରୁତର ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଭଦ୍ରକ ଜିଲା ବାସୁୁଦେବପୁର ବ୍ଲକ୍‍ କୃଷ୍ଣପୁର ପଞ୍ଚାୟତ ଅନ୍ତର୍ଗତ ଗଦି ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଏଭଳି ଅଘଟଣ। ଗୁରତର ଛାତ୍ରୀ ଜଣକ ହେଲେ ଉକ୍ତ ସ୍କୁଲ୍‍ର ଦ୍ୱିତୀୟ ଶ୍ରେଣୀ ଛାତ୍ରୀ ଶୁଭଶ୍ରୀ ନାୟକ।
ସୂଚନା ଅନୁଯାୟୀ, ବାଇଗଣ ବାଡ଼ିରେ ରୋଗପୋକ ବିନାଶ ପାଇଁ ଶୁଭଶ୍ରୀଙ୍କ ମା’ ବଜାରରୁ କୀଟନାଶକ କିଣିଥିଲେ। ଝିଅ ପାଇଁ ଖାତା ଦରକାର ଥିବାରୁ ବଜାରରୁ ସେ ଖାତା ମଧ୍ୟ କିଣିଥିଲେ। ଘରକୁ ଫେରିବା ବାଟରେ ଝିଅକୁ ଖାତା ଦେବା ପାଇଁ ସ୍କୁଲ୍‍ ଯାଇଥିଲେ। ସ୍କୁଲ୍‍ର ପ୍ରଧାନ ଶିକ୍ଷୟିତ୍‍୍ରୀଙ୍କ ସହିତ ମହିଳା ଜଣକ କଥା ହେଉଥିବା ବେଳେ ଶୁଭଶ୍ରୀ ଭୁଲ୍‍ରେ ଥଣ୍ଡାପାନୀୟ ଭାବି ଉକ୍ତ କୀଟନାଶକ ବୋତଲକୁ ଖୋଲି ପିଇ ଦେଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ଜୀବନ ପ୍ରତି ବିପଦ ନଥିବା ଡାକ୍ତର କହିଛନ୍ତି।

Hot this week

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

Related Articles

Popular Categories