ଭୁବନେଶ୍ୱର: ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବଡ଼ ଘୋଷଣା। ଏଣିକି ରେରା ପୂର୍ବରୁ ନିର୍ମିତ ଆପାର୍ଟମେଣ୍ଟ କିଣାବିକା ହୋଇପାରିବ। ଏ ନେଇ ଆଜି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି।
ରିଏଲ ଇଷ୍ଟେଟ ରେଗୁଲେଟରି ଅଥରିଟି(ରେରା) ଆଇନ ପୂର୍ବରୁ ନିର୍ମିତ ଘର କିଣାବିକା ପାଇଁ ଅନୁମତି ମିଳିଲା। ଜନସାଧାରଣ ଏବଂ ବିଲଡର ଯେଉଁ ଅସୁବିଧା ସାମ୍ନା କରୁଥିଲେ ଆଉ କରିବେନି। ଏ ନେଇ ଅଧିକାରୀଙ୍କୁ ନିର୍ଦେଶ ଦେବାକୁ ରାଜସ୍ୱ ବିଭାଗକୁ ପରାମର୍ଶ ଦିଆଯାଇଛି। କଟକ, ଭୁବନେଶ୍ୱର ଓ ପୁରୀକୁ ନେଇ ଯୋଜନା ଚାଲିଛି। ଟିପି ସ୍କିମରେ ସବୁ ବଡ଼ ସହରକୁ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି। ଟିପି ସ୍କିନ ଦ୍ୱାରା ରାସ୍ତା, ପାଣି, ସ୍ୱେରେଜ ପାଇଁ ବ୍ୟବସ୍ଥା ରହିବ। ପାର୍ଟ ପ୍ଲଟ ବିକ୍ରି ନେଇ ସରକାର ତର୍ଜମା କରୁଛନ୍ତି। ପାର୍ଟ ପ୍ଲଟ ନେଇ ଖୁବ ଶୀଘ୍ର ନିୟମ ପ୍ରଣୟନ ହେବ ବୋଲି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି।



