www.samajalive.in
Wednesday, December 10, 2025
18.1 C
Bhubaneswar

ତାଲିବାନ ସହିତ ଶାନ୍ତି ଆଲୋଚନା କରିବ ଭାରତ

ନୂଆଦିଲ୍ଲୀ: ଆଫ୍‍ଗାନିସ୍ତାନରେ ଶାନ୍ତି ପ୍ରତିଷ୍ଠା ପାଇଁ ଭାରତ ଆତଙ୍କବାଦୀ ସଂଗଠନ ତାଲିବାନ ସହିତ ଆଲୋଚନା କରିବ। ଅନୌପଚାରିକ ଭାବେ ଏହି ଆଲୋଚନା ହେବ ବୋଲି ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।
ରୁଷ ନେତୃତ୍ୱରେ ଶାନ୍ତି ଆଲୋଚନା ପାଇଁ ଶୁକ୍ରବାର ମସ୍କୋଠାରେ ଏକ ଶିଖର ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ଭାରତ, ଆମେରିକା, ଚୀନ୍‍, ଆଫ୍‍ଗାନିସ୍ତାନ, ପାକିସ୍ତାନ, ଇରାନ୍‍, କାଜାଖସ୍ତାନ, କିରଗିଜସ୍ତାନ, ତାଜିକିସ୍ତାନ, ତୁର୍କମେନିସ୍ତାନ ଓ ଉଜବେକିସ୍ତାନ ସମେତ ତାଲିବାନ୍‍କୁ ମଧ୍ୟ ରୁଷ ନିମନ୍ତ୍ରଣ କରିଛି। ବିଶ୍ୱ ଇତିହାସରେ ପ୍ରଥମ ଥର ପାଇଁ ଏଭଳି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି।
ଭାରତର ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ରବୀଶ କୁମାରଙ୍କ ସୂଚନା ଅନୁଯାୟୀ, ଭାରତ କେବଳ ଅନୌପଚାରିକ ଭାବେ ଏହି ବୈଠକରେ ଯୋଗ ଦେବ। ଭାରତ ସବୁବେଳେ ଆଫ୍‍ଗାନିସ୍ତାନର ଶାନ୍ତି, ସୁରକ୍ଷା, ସ୍ଥିରତା ଓ ବିକାଶ ସପକ୍ଷରେ ମତ ରଖି ଆସିଛି। ଆଫ୍‍ଗାନିସ୍ତାନ ରାଷ୍ଟ୍ରପତି ଅସ୍‍ରଫ୍‍ ଘାନିଙ୍କ ଭାରତ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ବିକାଶ ଓ ଶାନ୍ତି ସଂକ୍ରାନ୍ତରେ ଆଲୋଚନା ହୋଇଥିଲା। ଆଫ୍‍ଗାନିସ୍ତାନ ସରକାର ନେତୃତ୍ୱରେ ଶାନ୍ତି ଓ ପ୍ରଗତି ପାଇଁ ନିଆଯାଉଥିବା ସମସ୍ତ ପଦକ୍ଷେପକୁ ଭାରତ ସମର୍ଥନ ଓ ସ୍ୱାଗତ କରିବ ବୋଲି ଶ୍ରୀ ମୋଦୀ କହିଥିଲେ। ଭାରତ ପକ୍ଷରୁ ଅମର ସିହ୍ନା ଓ ଟି ସିଏ ରାଘବନ୍‍ ଏଥିରେ ଯୋଗ ଦେବେ। ଏହି ଦୁଇ ଜଣ ଯଥାକ୍ରମେ ଆଫ୍‍ଗାନିସ୍ତାନ ଓ ପାକିସ୍ତାନରେ ଭାରତର ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରିଛନ୍ତି। ରୁଷ ରାଷ୍ଟ୍ରପତି ଭ୍ଲାଦିମାର ପୁଟିନ୍‍ଙ୍କ ଗତ ଭାରତ ଗସ୍ତ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ବୈଠକ ସମ୍ପର୍କର୍ରେ ଆଲୋଚନା ଓ ସହମତି ହୋଇଥିବା ଜଣାପଡ଼ିଛି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories