www.samajalive.in
Tuesday, December 9, 2025
16.1 C
Bhubaneswar

ନାଗ ଓ ଚନ୍ଦନବୋଡ଼ା ସାପ ଉଦ୍ଧାର

ପାତ୍ରପୁର,: ଦାଣ୍ଡ ଆଗରେ ଯାଇଥିବା ବାଘଲଟି କେନାଲ ସିମେଣ୍ଟ ନାଳ ମଧ୍ୟରୁ ନାଗ ଏବଂ ହିଡରୁ ଚନ୍ଦନ ବୋଡ଼ା ସାପ ଧରି ପାହାଡ଼ରେ ଛାଡ଼ିଛନ୍ତି। ଭ୍ରମରପୁର ପଞ୍ଚାୟତ ସମାସିଙ୍ଗିଶାସନ ଗ୍ରାମର ଦଳିତ ସାହି ନିକଟ ସିମେଣ୍ଟ କେନାଲ ମଧ୍ୟରେ ଗୋଟିଏ ନାଗସାପ ଏପଟ ସେପଟ ହୋଇ ପଦାକୁ ଆସି ପରୁ ନଥିଲା। ଖବର ପାଇ ସାପ ପାଖରେ ପହଞ୍ଚିବା ସମୟରେ ହିଡରେ ଥିବା ଏକ ଚନ୍ଦନ ବୋଡ଼ା ଗର୍ଜନ କରିଥିଲା ।

ତୁରନ୍ତ କଣ୍ଟି ବାଡି ସାହାଯ୍ୟରେ ବୋଡ଼ା ସାପଟିକୁ ଧରି ଏକ ଆଖାରେ ପୁରାଇ ରଖିଥିଲେ।ଏହାପରେ ନାଳରେ ଥିବା ନାଗ ସାପଟିକୁ ଧରି ଆଖାରେ ପୁରାଇଥିଲେ। ଏହାପରେ ଶିକ୍ଷକ ହରିଚନ୍ଦ୍ର ତ୍ରିପାଠୀ ବାହୁଦା ନଦୀ ନିକଟ ନନ୍ଦିଆ ପାହାଡ଼ର ଦୁଇ ପାର୍ଶ୍ବରେ ୨ଟି ସାପକୁ ଛାଡିଥିଲେ। ଏହି ଗ୍ରାମରେ ବିଭିନ୍ନସମୟରେ ବାହାରୁ ଥିବା ବିଷଧର ସାପ ଠାରୁ ବିଭିନ୍ନ ପ୍ରକାରର ସାପକୁ ଦୀର୍ଘ ବର୍ଷ ହେଲା ଧରି ଛାଡୁଥିବା ପରମ୍ପରା ରହିଛି। ଗ୍ରାମର ଅଧିକାଂଶ ଯୁବକ ସାପ ଧରି ପାହାଡରେ ଛାଡ଼ୁଛନ୍ତି। ନାଗ ସାପଟିର ଲମ୍ବା ପ୍ରାୟ ଚାରିଫୁଟ ହୋଇ ଥିବା ବେଳେ ଚନ୍ଦନ ବୋଡା ସାପଟିର ଲମ୍ବା ଦେଢ଼ ଫୁଟ ବୋଲି ଜଣାପଡ଼ିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories