କଲମପୁର: ଜମି ବିବାଦକୁ ନେଇ କଲମପୁର ପୁଲିସ ଥାନା ଅଧିନସ୍ଥ ସାନଟେମରୀ ଠାରେ ଘଟିଛି ଗଣ୍ଡଗୋଳ। ଏହି ଗଣ୍ଡଗୋଳରୁ ଜନୈକ ବୃଦ୍ଧଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ ଯୋଗୁଁ ବୃଦ୍ଧଙ୍କ ହାତ ଭାଙ୍ଗି ଯାଇଛି। ଏହାସହ ଜୀବନରେ ମାରି ଦେବା ଧମକ ଦିଆଯାଇଥିବା ଘଟଣାକୁ ନେଇ ଶନିବାର ଦିନ ବୃଦ୍ଧ ଏବଂ ତାଙ୍କ ପରିବାର ଲୋକ ନ୍ୟାୟ ପାଇଁ କଲମପୁର ଥାନାର ଦ୍ୱାରସ୍ଥ ହେବା ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି ।
ସୂଚନା ଅନୁସାରେ ସାନଟେମରୀ ଗ୍ରାମର ଦଶରଥ ମାଝୀ ନାମକ ବ୍ୟକ୍ତି ତାଙ୍କର ଏକ ଜମିରେ କାମ କରୁଥିଲେ। ସେହି ସମୟରେ ସେହି ଗ୍ରାମର ତାଙ୍କ ଭଣଞ୍ଜା ଦୁର୍ଯ୍ୟୋଧନ ମାଝୀ ଜମିକୁ ଆସି ଏହି ଜମି ଦଖଲ ନକିରିବା ପାଇଁ ତାଗିଦ କରିଥିଲେ। ଏହାସହ ତାଙ୍କୁ ଗାଳିଗୁଲଜ କରିବା ସହ ଅନ୍ୟ କିଛି ସହଯୋଗୀଙ୍କ ସହ ସଂଘବଦ୍ଧ ଭାବେ ବୃଦ୍ଧ ଦଶରଥଙ୍କୁ ମାଡ ମାରି ଥିଲେ। ଯାହାରି ଫଳେରେ ବୃଦ୍ଧଙ୍କ ଏକ ହାତ ଭାଙ୍ଗି ଯାଇଥିବା ବେଳେ ଲହୁଲୁହାଣ ହେଇଥିଲେ। ଏନେଇ କଲମପୁର ଥାନାର ଦ୍ୱାରସ୍ଥ ହେବା ପରେ କଲମପୁର ଥାନା ପକ୍ଷରୁ ଏକ ମାମଲା ରୁଜୁ ପରେ ଘଟଣାର ତଦନ୍ତ ଜାରି ରହିଛି।



