www.samajalive.in
Tuesday, December 9, 2025
17.1 C
Bhubaneswar

ପବିତ୍ର ଅମରନାଥ ଯାତ୍ରା ; ଦର୍ଶନ କଲେଣି ୩.୭୫ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ

ଶ୍ରୀନଗର : ଚଳିତବର୍ଷ ଜାମ୍ମୁ କାଶ୍ମୀରରେ ଅମରନାଥ ତୀର୍ଥଯାତ୍ରୀଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି । ଶନିବାର ଯାତ୍ରାର ୨୮ ଦିନରେ ପ୍ରାୟ ୩.୭୫ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ବରଫ ଶିବଲିଙ୍ଗକୁ ଦର୍ଶନ କରିଛନ୍ତି । ଯାହାକି ଦୀର୍ଘ ୧୧ ବର୍ଷର ରେକର୍ଡ ଭଙ୍ଗ କରିଛି । ଆଗକୁ ଏହି ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

ଜାମ୍ମୁ କାଶ୍ମୀରରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଜି ଭଗବତୀନଗର ଯାତ୍ରୀ ନିବାସରୁ ୨୦୦୦ ତୀର୍ଥଯାତ୍ରୀ ପବିତ୍ର ଅମରନାଥ ଗୁମ୍ଫା ଅଭିମୁଖେ ଯାତ୍ରା କରିଛନ୍ତି । ଚଳିତବର୍ଷର ୨୭ତମ ବ୍ୟାଚ୍‌‌ର ଏହି ତୀର୍ଥଯାତ୍ରୀ ଶନିବାର ସକାଳୁ ମୂଳ ଶିବିର ବଲତାଲ ଓ ପହଲଗାମ୍‌‌ ଅଭିମୁଖେ ଯାତ୍ରା କରିଛନ୍ତି ।

- Advertisement -

ସୂଚନାଯୋଗ୍ୟ ୨୦୧୪ରେ ୩.୭୦ଲକ୍ଷ, ୨୦୧୨ରେ ୬.୨୦ ଲକ୍ଷ ଏବଂ ୨୦୧୧ରେ ୬.୩୫ ଲକ୍ଷ ତୀର୍ଥଯାତ୍ରୀ ବରଫ ଶିବଲିଙ୍ଗ ଦର୍ଶନ କରିଥିଲେ।

୨୦୫୦ ତୀର୍ଥଯାତ୍ରୀ ଭଗବତୀନଗର ମୂଳ ଶିବିର ଛାଡ଼ିଛନ୍ତି । ସୂଚନାଯୋଗ୍ୟ ୩ ହଜାର ୮୮୮ ମିଟର ଉଚ୍ଚତାରେ ଥିବା ଏହି ପବିତ୍ର ଗୁମ୍ଫା ଯାତ୍ରା ପାଇଁ ତୀର୍ଥଯାତ୍ରୀମାନେ ୬୨ ଦିନର ଯାତ୍ରା କରିଥାନ୍ତି । ଏହି ଯାତ୍ରା ଜୁଲାଇ ୧ ତାରିଖରୁ ଆରମ୍ଭ ହୋଇଛି ଏବଂ ଏହା ଅଗଷ୍ଟ ୩୧ ତାରିଖ ଶ୍ରାବଣ ପୂର୍ଣ୍ଣିମା ତଥା ରକ୍ଷାବନ୍ଧନ ପର୍ବ ଦିନ ଶେଷ ହେବ ।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories