ପାଟଣା : ଘଟଗାଁ ବ୍ଳକ ଅନ୍ତର୍ଗତ ସୁନାରିପଶି ରାଜବଂଧ ସାହିରେ ୩ ଜଣ ଶିଶୁ ବିଷାକ୍ତ କୋଳି ଖାଇ ଅସୁସ୍ଥ ହୋଇପଡିଛନ୍ତି। ଆଜି ଅପରାହ୍ନରେ ରାଜବଂଧ ସାହିରେ ରାଇନା ମୁଣ୍ଡାଙ୍କ ପୁଅ ବଚନ ମୁଣ୍ଡା(୮), ସମରା ମୁଣ୍ଡାଙ୍କ ପୁଅ ଜଗନ୍ନାଥ ମୁଣ୍ଡା(୧୨) ଏବଂ ଟୁନା ମୁଣ୍ଡାଙ୍କ ପୁଅ ଆକାଶ ମୁଣ୍ଡା (୭) ଗ୍ରାମ ପାଖ ରାସ୍ତା କଡରୁ ପାଚିଲା ବିଷାକ୍ତ କୋଳି ଖାଇ ଅସୁସ୍ଥ ହୋଇ ପଡିବା ପରେ ଏମାନଙ୍କୁ ଘଟଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅସୁସ୍ଥ ଶିଶୁମାନଙ୍କର ଚିକିତ୍ସା ଚାଲିଥିବା ଜଣାପଡ଼ିଛି।
Popular Categories



