www.samajalive.in
Monday, December 8, 2025
13.1 C
Bhubaneswar

ଦୃଷ୍ଟିବାଧିତ ଭିନ୍ନକ୍ଷମ ଯୁବତୀକୁ ଦୁଷ୍କର୍ମ, ଯୁବକ ଗିରଫ

ପାଟଣା : ପାଟଣା ଥାନା ଏରେଣ୍ଡେଇ ଅଞ୍ଚଳର ଜଣେ ୨୮ ବର୍ଷୀୟା ଦୃଷ୍ଟିବାଧିତ ଭିନ୍ନକ୍ଷମ ଯୁବତୀକୁ ଦୁଷ୍କର୍ମ ଅଭିଯୋଗ ରେ ପାଟଣା ପୁଲିସ ଗେଣ୍ଡା ଓରଫ ସୁଶାନ୍ତ ନାଏକ (୨୦)କୁ ଗିରଫ କରି କୋର୍ଟ ଚାଲାଣ କରିଛି।ଏନେଇ ଥାନା କେଶ ନଂ ୨୨୬/୨୦୨୪ ମୂଳେ ଏକ ମାମଲା ରୁଜୁ କରାଯାଇଛି ।
ସୂଚନାରୁ ପ୍ରକାଶ ଯେ ଯୁବତୀ ଜଣକ ନିଜ ଭାଇ ଭାଉଜ ଙ୍କ ନିକଟରେ ରହୁଥିବା ବେଳେ ଗତ ୧୪ ତାରିଖ ଏହି ପିତୃ ମାତୃହୀନ ଯୁବତୀଙ୍କୁ ଘରେ ଏକୁଟିଆ ଦେଖି ସୁଶାନ୍ତ ତାକୁ ଘୋଷାଡି ଘୋଷାଡି ନେଇ ଯିବା ସହ ତାଙ୍କୁ ବଳାତ୍କାର କରିଥିବା ଥାନାରେ ଅଭିଯୋଗ ହେଇଥିଲା । ଆଜି ଉଭୟଙ୍କର ଡାକ୍ତରିମାଇନା ପରେ ସୁଶାନ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ସୁଶାନ୍ତଙ୍କ ନାଁରେ ୩୭୫ ,୪୫୫ ଓ ୫୦୬ ଦଫାରେ ମାମଲା ରୁଜୁ କରାଯାଇଥିବା ଜଣାପଡିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories