www.samajalive.in
Monday, December 8, 2025
27.1 C
Bhubaneswar

ହରିଣ ମାରିବା ଅଭିଯୋଗରେ ଗିରଫ ଦାରୀ ଦୁଇକୁ ବୃଦ୍ଧି

ପାଟଣା :  ପାଟଣା ବନାଞ୍ଚଳ ଅନ୍ତର୍ଗତ କୁମୁଳାବାହାଳି ଗ୍ରାମକୁ ପଶି ଆସିଥିବା ଏକ ତୃଷାର୍ତ୍ତ ହରିଣକୁ ଗତକାଲି କିଛି ଲୋକ ଗୋଡେଇ ଗୋଡେଇ ପିଟି ପିଟି ମାରି ଦେଇଥିଲେ। ହରିଣକୁ ପିଛା କରୁଥିବା ବନବିଭାଗ ଜଙ୍ଗଲରୁ ମଲା ହରିଣ ଉଦ୍ଧାର କରିବା ସମୟରେ ଜଣକୁ ଧରିବାରେ ସକ୍ଷମ ହୋଇଥିଲେ। ବନବିଭାଗକୁ ଦେଖି ଅନ୍ୟମାନେ ଘଟଣା ସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଥିଲେ। ଗତକାଲି ବନବିଭାଗ ଗ୍ରାମର ଚିତ୍ତରଞ୍ଜନ ମହାନ୍ତ(୨୮) ଙ୍କୁ ଧରିଥିଲା ବେଳେ ମଙ୍ଗଳବାର ଘଟଣାରେ ସଂପୃକ୍ତ ଆଉ ଜଣକୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ ରୁଢିଆପଡା ଗ୍ରାମରର ଦୁଃଖବନ୍ଧୁ ବାରିକ (୪୦) ବୋଲି ଜଣାପଡିଛି। ଉଭୟ ଙ୍କୁ ବନ୍ୟଜନ୍ତୁ ସଂରକ୍ଷଣ ଆଇନ ଅନୁଯାୟୀ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ବନାଞ୍ଚଳ ଅଧିକାରୀ ଟିକେଶ୍ୱର ମହାନ୍ତ ସୂଚନା ଦେଇଛନ୍ତି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories