www.samajalive.in
Monday, December 8, 2025
27.1 C
Bhubaneswar

ରାଜସ୍ୱ ବିଭାଗର ଚଢାଉ ; ବେଆଇନ ବାଲି ବୋଝେଇ ଟ୍ରାକ୍ଟର ସହ ହାଇଓ୍ବା ଜବତ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ତହସିଲ ପକ୍ଷରୁ ତୁରୁମୁଙ୍ଗା ଥାନା ଅଞ୍ଚଳରେ ବେଆଇନ ଲଘୁ ଖଣିଜ ଉପରେ ଚଢାଉ କରି ଗୋଟିଏ ବାଲି ବୋଝେଇ ହାଇଓ୍ବା ଓ ଗୋଟିଏ ବାଲି ବୋଝେଇ ଟ୍ରାକ୍ଟର ଜବତ କରାଯାଇଛି । ହାଇଓ୍ବାଟି ବୈତରଣୀ ନଦୀରୁ ବାଲି ବୋଝେଇ କରି ଯାଉଥିବା ସମୟରେ ରାଜସ୍ୱ ବିଭାଗ ଅଟକ ରଖି କାଗଜ ପତ୍ର ଯାଞ୍ଚ କରିଥିଲା । ଚାଳକ ସଠିକ କାଗଜପତ୍ର ଦେଖାଇ ନପାରିବାରୁ ହାଇଓ୍ବା ଉପରେ ୩୦ ହଜାର ୪୫୦ ଟଙ୍କା ଜୋରିମାନା କରାଯାଇଛି । ସେହିପରି ଚେମଣା ନିକଟରେ ଏକ ବେଆଇନ ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରି ୧୦ ହଜାର ୧୨୦ ଟଙ୍କା ଜୋରିମାନା କରାଯାଇଛି । ଏହି ଚଢାଉରେ ପାଟଣା ଅତିରିକ୍ତ ତହସିଲଦାର ଶରଣ କୁମାର ଜେନା ,ରାଜସ୍ବ ପରିଦର୍ଶକ ବନମାଳୀ ନାଏକ ଓ ଚେମଣା ରାଜସ୍ବ ନିରୀକ୍ଷକ ଅନିତା ନାଏକ ପ୍ରମୁଖ ଚଢ଼ାଉରେ ସାମିଲ ଥିଲେ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories