www.samajalive.in
Saturday, December 6, 2025
26.1 C
Bhubaneswar

ଅବକାରୀ ବିଭାଗର ଚଢାଉ ; ଚୋରା ମଦ ଜବତ, ୨ ଗିରଫ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ବିଭାଗ ପକ୍ଷରୁ ଆଜି ଅବକାରୀ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଚୋରା ମଦ ଜବତ କରାଯିବା ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଏହା ସହ ଚୋରା ମଦ ଭାଟି ଭାଙ୍ଗି ୩ଶହ କେଜି ମହୁଲ ପୋଚ ନଷ୍ଟ କରାଯାଇଛି । ଚଢାଉ ସମୟରେ ମଙ୍ଗଳପୁର ଗ୍ରାମର ଦୁର୍ଗାଚରଣ ମହାନ୍ତଙ୍କ ଠାରୁ ୧୨ ଲିଟର , ବାଇଦବଜା ଗ୍ରାମର ରଇବାରୀ ମୁଣ୍ଡାଙ୍କ ଠାରୁ ୧୫ ଲିଟର ଚୋରା ମହୁଲି ମଦ ଜବତ କରାଯାଇଛି । ଏହା ସହ ବାଇଦବଜା ଗ୍ରାମର ଏକ ଚୋରା ମଦ ଭାଟି ଭାଙ୍ଗି ୩୦ ଲିଟର ମହୁଲି ମଦ ସହ ୩ଶହ କେଜି ମହୁଲ ପୋଚ ନଷ୍ଟ କରାଯାଇଛି । ଏହି ଚଢାଉରେ ପାଟଣା ଅବକାରୀ ଥାନା ଅଧିକାରୀ ଜନାର୍ଦ୍ଦନ ପଲେଇ, ଘଟଗାଁ ଅବକାରୀ ଥାନା ଅଧିକାରୀ କୃଷ୍ଣ ଚନ୍ଦ୍ର ପରିଡା, ଏଏସ୍ଆଇ ରଙ୍ଗାଧର ପାତ୍ର, କନେଷ୍ଟବଳ ମିଥୁନ ଜେନା, ସମିର ମହାନ୍ତି ଓ ଆରତୀ ବେହେରା ସାମିଲ ଥିଲେ ।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories