www.samajalive.in
Monday, December 8, 2025
24.1 C
Bhubaneswar

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପାଟଣା : କେନ୍ଦୁଝର ଜିଲା ପାଟଣାବ୍ଲକ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ବଡ଼ନେଉଳି ପଞ୍ଚାୟତ ଖୁଦୁପୋଷି ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯଇଛି । ମୃତକ ଜଣଙ୍କ ଝାଡେଶ୍ୱର ମହାନ୍ତଙ୍କ ପୁତ୍ର କେଶବ ଚନ୍ଦ୍ର ମହାନ୍ତ ବୋଲି ଜଣାପଡ଼ିଛି ।

ସୂଚନା ଅନୁଯାୟୀ, କେଶବ ଚନ୍ଦ୍ର ଗତକାଲି ରାତିରୁ ନିଜ ଶଶୁର ଘର କଙ୍କଡାକୁ ଯାଉଛି କହି ଘରୁ ବାହାରି ଯାଇଥିଲେ। ହେଲେ ମଙ୍ଗଳବାର ସକାଳୁ ବୁଢ଼ିକାପୁଡ଼ି ଗ୍ରାମର ଏକଶାଳ ଜଙ୍ଗଲର ଲିମ୍ବଗଛରେ କେଶବଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା । ସ୍ଥାନୀୟଲୋକେ ମୃତଦେହ ଦେଖି ପ୍ରଥମେ ତୁରୁମୁଙ୍ଗା ଥାନାକୁ ଖବର ଦେଇଥିଲେ। ଖବର ପାଇ ତୁରୁମୁଙ୍ଗା ଆଇଆଇସି ବରେନ୍ଦ୍ର ସିଅଳ ଘଟଣାସ୍ଥଳ ପହଞ୍ଚି ଶବକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ନିମନ୍ତେ ପାଟଣା ପଠାଇଛନ୍ତି। ଘଟଣା ସ୍ଥଳ ଠାରୁ କିଛି ଦୂରରେ ମୃତକଙ୍କ ସାଇକେଲଟି ମିଳିଥିବାରୁ ଏହା ଆତ୍ମହତ୍ୟା କି ହତ୍ୟା ସେ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories