ଭୁବନେଶ୍ବର: ସୂର୍ଯ୍ୟପରାଗ ଅବସରରେ ଗୁରୁବାର ସକାଳ ୯ଟା ୩୦ ମିନିଟ୍ ସମୟରେ ବିନ୍ଦୁସାଗରରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପରାଗ ସ୍ନାନ ଅନୁଷ୍ଠିତ ହୋଇଛି। ପ୍ରଭୁ ଲିଙ୍ଗରାଜଙ୍କ ସହ ବାସୁଦେବ, ଦେବୀ ରୁକୁଣା, ଦେବୀ ପାର୍ବତୀଙ୍କର ମଧ୍ୟ ପରାଗ ସ୍ନାନ କରାଯାଇଥିଲା। ଦିଅଁ ସେଠାରେ ସ୍ନାନ କରିବା ପରେ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଏହାପରେ ମନ୍ଦିରରେ ଦିଅଁଙ୍କୁ ଗ୍ରହଣ ଭୋଗ ଲାଗି ହୋଇଥିଲା। ଦିବା ୧୧ଟା ୨୯ ମିନିଟରେ ସର୍ବମୋକ୍ଷ ହେବା ପରେ ଠାକୁରଙ୍କ ମହାସ୍ନାନ, ମଙ୍ଗଳ ଆଳତି ଏବଂ ଅବକାଶ ନୀତି ସମ୍ପନ୍ନ ହେବା ସହ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହୋଇଥିଲା।
Popular Categories



