ଆବଶ୍ୟକ ସାମଗ୍ରୀ
କଟା ପିଆଜ – ୧ଟି
କଟା ସିମଲା ଲଙ୍କା – ୧ଟି
ମଟା କଞ୍ଚା ଲଙ୍କା – ୩ଟି
ମ୍ୟାଗି – ଏକ ପକେଟ
କଟା ପନିର – ୧୦୦ ଗ୍ରାମ
କଟା ଟମାଟୋ – ୧ଟି
ତେଲ – ଆବଶ୍ୟକ ଅନୁଯାୟୀ
ଲୁଣ – ଆବଶ୍ୟକ ଅନୁଯାୟୀ
ଧନିଆ ପତ୍ର – ଅଳ୍ପ
ଟମାଟୋ ସସ – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସ ଲଗାଇ ଏକ ପାତ୍ରରେ ପାଣି ଗରମ କରନ୍ତୁ। ପାଣି ଗରମ ହେବା ପରେ ଏଥିରେ ମ୍ୟାଗି ପକାଇ ସିଝାଇ ଦିଅନ୍ତୁ। ସିଝିବା ପରେ ଏହାକୁ ପାଣିରୁ ଛାଣି ଏକ ପାତ୍ରକୁ କାଢି ରଖନ୍ତୁ। ଏବେ ପୁଣି ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଏଥିରେ ପିଆଜ ପକାଇ ଭଲ ଭାବେ ଭାଜନ୍ତୁ। ଏବେ ଏଥିରେ ସିମଲା ଲଙ୍କା, କଞ୍ଚା ଲଙ୍କା , ଟମାଟୋ , ଲୁଣ, ହଳଦୀ ଗୁଣ୍ଡ ପକାଇ ଭଲ ଭାବେ ଭାଜି ଦିଅନ୍ତୁ। ଟମାଟୋ ଭଲ ଭାବେ ଭାଜି ହୋଇଗଲେ ଏଥିରେ ପନିର ପକାଇ ଭାଜନ୍ତୁ। ଏବେ ଏଥିରେ ସାମନ୍ୟ ପାଣି ଦେଇ ସଝାଇ ଥିବା ମ୍ୟାଗି ଓ ମ୍ୟାଗି ମସଲା, ଧନିଆ ପତ୍ର ପକାଇ ୨ ରୁ ୩ ମିନିଟ ଗ୍ୟାସରେ ବସାନ୍ତୁ।ଏବେ ଏହାକୁ ଏକ ପାତ୍ରକୁ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ପନିର ନୁଡ଼ୁଲ୍ସ।
ପନିର ନୁଡ଼ୁଲ୍ସ
Popular Categories



