www.samajalive.in
Monday, December 8, 2025
17.1 C
Bhubaneswar

ପୁଲୱାମା ଆକ୍ରମଣରେ ବ୍ୟବହାର ହୋଇଥିଲା ଆରଡିଏକ୍ସ ଓ ଆମୋନିୟମ ନାଇଟ୍ରେଟ୍‌ର ମିଶ୍ରଣ

ନୂଆଦିଲ୍ଲୀ: ପ୍ରାୟ ସାଢ଼େ ୪ମାସ ତଳେ ଘଟିଥିବା ପୁଲୱାମା ଆକ୍ରମଣର ଫୋରେନ୍‌ସିକ ରିପୋର୍ଟ ଆସିଛି। ପାକିସ୍ତାନୀ ଆତଙ୍କାବାଦୀ ସଂଗଠନ ଜୈଶ-ଏ-ମହମ୍ମଦ(ଜେଇଏମ) ପକ୍ଷରୁ ହୋଇଥିବା ଏହି ବଡ଼ ଧରଣର ଆକ୍ରମଣରେ ଯେଉଁ ବିସ୍ଫୋରଣ ହୋଇଥିଲା ସେଥିରେ ଆରଡିଏକ୍ସ ଏବଂ ଆମୋନିୟମ ନାଇଟ୍ରେଟ୍‌ ବ୍ୟବହାର କରାଯାଇଥିଲା ବୋଲି ଫୋରେନସିକ୍‌ ରିପୋର୍ଟରେ ଦର୍ଶାଯାଇଛି। ଫୋରେନସିକ୍‌ ଟିମ୍‌ ଏହି ରିପୋର୍ଟକୁ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ନିକଟରେ ଦାଖଲ କରିଥିବା ଏନଆଇଏର ୨ଜଣ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଅଧୀନରେ କାର୍ଯ୍ୟ କରୁଥିବା ଦିଲ୍ଲୀସ୍ଥିତ ସେଣ୍ଟ୍ରାଲ ଫୋରେନ୍‌ସିକ ସାଇନ୍ସ ଲାବରେଟୋରି(ସିଏଫଏସଏଲ)ର ବିଶେଷଜ୍ଞମାନେ ଆକ୍ରମଣରେ ବ୍ୟବହୃତ ବିସ୍ଫୋରକ ସମ୍ପର୍କରେ ତଦନ୍ତ କରୁଥିଲେ। ଆରଡିଏକ୍ସ ଏବଂ ଆମୋନିୟମ ନାଇଟ୍ରେଟ୍‌ର ମିଶ୍ରଣକୁ ବିସ୍ଫୋରଣରେ ବ୍ୟବହାର କରାଯାଇଥିଲା ବୋଲି ବିଶେଷଜ୍ଞମାନେ ଦର୍ଶାଇଛନ୍ତି।

- Advertisement -

ଏନଆଇଏର ଜଣେ ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ଆମେ ଫୋରେନସିକ୍‌ ଟିମଠାରୁ ଚୂଡ଼ାନ୍ତ ରିପୋର୍ଟ ପାଇଛୁ। ଏହା ଅଭିଯୋଗ ଫର୍ଦ୍ଦର ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ପ୍ରମାଣ ହେବ। ଖୁବ୍‌ଶୀଘ୍ର ମାମଲାର ଅଭିଯୋଗ ଫର୍ଦ୍ଦ ଦାଖଲ କରାଯିବ। ଜୈଶ ପକ୍ଷରୁ ବିସ୍ଫୋରଣର ତୀବ୍ରତାକୁ ବହୁଗୁଣ କରିବା ଲାଗି ଆମୋନିୟମ ନାଇଟ୍ରେଟ୍‌ରେ ଆରଡିଏକ୍ସ ମିଶ୍ରଣ କରାଯାଇଛି ବୋଲି ରିପୋର୍ଟରେ କୁହାଯାଇଛି। ଏନଆଇଏର ଅନ୍ୟଜଣେ ଅଧିକାରୀ କହିଛନ୍ତି, ବିସ୍ଫୋରଣ ଏତେ ଶକ୍ତିଶାଳୀ ଏବଂ ତୀବ୍ର ଥିଲା ଯେ, ସବୁକିଛି ତରଳି ଯାଇଥିଲା। ବିସ୍ଫୋରଣର ଶବ୍ଦ ଅନେକ କିଲୋମିଟର ଦୂରତା ପର୍ଯ୍ୟନ୍ତ ଶୁଣାଯାଇଥିଲା।

ତେବେ ଭାରତୀୟ ଗୋଇନ୍ଦା ସଂସ୍ଥାର ତଥ୍ୟ ଅନୁସାରେ, ବିସ୍ଫୋରଣରେ ବ୍ୟବହୃତ ଆରଡିଏକ୍ସ ମିଲିଟାରୀ ଗ୍ରେଡ୍‌ର। ପାକିସ୍ତାନୀ ସେନା ପକ୍ଷରୁ ଆତଙ୍କବାଦୀମାନଙ୍କୁ ଏହି ଆରଡିଏକ୍ସ ପ୍ରଦାନ କରାଯାଉଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories