www.samajalive.in
Monday, December 8, 2025
27.1 C
Bhubaneswar

ସାମ୍ବାଦିକ ଡାନିଏଲଙ୍କ ହତ୍ୟାକାରୀକୁ ମୁକ୍ତ କରିବ ପାକିସ୍ଥାନ, ଆମେରିକାର ତୀବ୍ର ପ୍ରତିକ୍ରିୟା

ଆମେରିକାର ସାମ୍ବାଦିକ ଡାନିଏଲ ପର୍ଲଙ୍କ ହତ୍ୟାକାରୀ ତଥା ଅଲ-କାଏଦା ଆତଙ୍କବାଦୀ ଅହମ୍ମଦ ଓମାର ସଇଦ ଶେଖ ଏବଂ ତା’ର ତିନି ଜଣ ସହଯୋଗୀକୁ ଜେଲରୁ ମୁକ୍ତ କରିବାକୁ ପାକିସ୍ଥାନର ଏକ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ୪ ଜଣ ସାମ୍ବାଦିକ ଡାନିଏଲ ପର୍ଲଙ୍କ ଅପହରଣ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ଗତକାଲି ଏହି ମାମଲାର ଶୁଣାଣି କରି ସିନ୍ଧ ହାଇକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ ସୁରକ୍ଷା ସଂସ୍ଥାଗୁଡିକୁ ଶେଖ ଏବଂ ଅନ୍ୟ ୩ ସହଯୋଗୀଙ୍କୁ କୌଣସି ପ୍ରକାରେ ନ ଅଟକାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ସେ ସମ୍ପର୍କିତ ସିନ୍ଧ ସରକାରଙ୍କ ସମସ୍ତ ବିଜ୍ଞପ୍ତିକୁ ରଦ୍ଦ କରିଛନ୍ତି। ଏହି ୪ ଜଣଙ୍କୁ ଗିରଫ କରିବା ବେଆଇନ ବୋଲି କୋର୍ଟ କହିଛନ୍ତି। ଏହି ଚାରି ଜଣଙ୍କ ପାଇଁ ମାମଲା ଲଢ଼ୁଥିବା ଆଇନଜୀବୀ କହିଛନ୍ତି ଯେ ଶୁକ୍ରବାର ଦେଶରେ ଏକ ସାଧାରଣ ଛୁଟି ଥିବାରୁ ସେମାନଙ୍କୁ ଶନିବାର (ଡିସେମ୍ବଇ ୨୬) ଦିନ ମୁକ୍ତ କରାଯିବ।

- Advertisement -

ତେବେ ଏଭଳି ନିର୍ଦ୍ଦେଶକୁ ନେଇ ଆମେରିକା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଏହି ମାମଲାରେ ସିନ୍ଧ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ନେଇ ଆମେରିକା ଗଭୀର ଉଦବେଗ ପ୍ରକାଶ ସହ ଘଟଣା ଉପରେ ନଜର ରଖିଥିବା କହିଛି। ଆମେରିକାର ବୈଦେଶିକ ବିଭାଗ କହିଛି ଯେ ଡାନିଏଲ ପାର୍ଲଙ୍କ ହତ୍ୟା ପାଇଁ ଦାୟୀ ଏକାଧିକ ଆତଙ୍କବାଦୀଙ୍କୁ ମୁକ୍ତ କରିବା ପାଇଁ ସିନ୍ଧ ହାଇକୋର୍ଟଙ୍କ ରାୟରେ ଆମେ ଗଭୀର ଚିନ୍ତିତ।

ଚଳିତ ବର୍ଷ ଏପ୍ରିଲରେ ଦୁଇ ବିଚାରପତିଙ୍କୁ ନେଇ ଗଠିତ ସିନ୍ଧ ହାଇକୋର୍ଟର ଏକ ଖଣ୍ଡପୀଠ ୪୬ ବର୍ଷିୟ ଶେଖର ମୃତ୍ୟୁ ଦଣ୍ଡକୁ ସାତ ବର୍ଷ କାରାଦଣ୍ଡରେ ପରିବର୍ତ୍ତନ କରିଛନ୍ତି। ଦୋଷୀ ସାବ୍ୟସ୍ତ ହେବା ଏବଂ ଜେଲରେ ରହିବାର ପ୍ରାୟ ଦୁଇ ଦଶନ୍ଧି ପରେ ଏହି ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଶେଖର ତିନିଜଣ ସହାୟକଙ୍କୁ ମଧ୍ୟ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଥିଲେ।ତେବେ ସିନ୍ଧ ସରକାର ସେମାନଙ୍କୁ ମୁକ୍ତ କରିବାକୁ ମନା କରିଦେଇଥିଲେ।

ତେବେ ସେମାନେ ଯେଭଳି ଦେଶ ଛାଡି ନ ଯାଇ ପାରିବେ ସେଥିପାଇଁ ନୋ-ଫ୍ଲାଏ ତାଲିକାରେ ସେମାନଙ୍କ ନାମ ରଖିବାକୁ କୋର୍ଟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯେତେବେଳେ ବି ସେମାନଙ୍କୁ ଡକାଯିବ ସେମାନେ କୋର୍ଟରେ ହାଜର ହେବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଆମେରିକାର ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ପାଇଁ ଦକ୍ଷିଣ ଏସିଆ ବ୍ୟୁରୋ ମୁଖ୍ୟ ୩୮ ବର୍ଷୀୟ ଡାନିଏଲ ପର୍ଲ ୨୦୦୨ ମସିହାରେ ଆତଙ୍କୀ ସଂଗଠନ ଆଇଏସ୍ଆଇ ଏବଂ ଅଲ-କାଏଦା ମଧ୍ୟରେ ଥିବା ସମ୍ପର୍କ ଉପରେ ତଥ୍ୟ ସଂଗ୍ରହ କରୁଥିବା ବେଳେ ତାଙ୍କୁ ଅପହରଣ ଓ ମୁଣ୍ଡ କାଟି ଦିଆଯାଇଥିଲା।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories