www.samajalive.in
Tuesday, December 9, 2025
17.1 C
Bhubaneswar

କୁଳଭୂଷଣଙ୍କୁ ୨ୟ ଥର କୂଟନୈତିକ ସହାୟତା ଦେବାକୁ ମନା କଲା ପାକିସ୍ତାନ

ଇସଲାମାବାଦ: ପାକିସ୍ତାନ ଜେଲ୍‌ରେ ବନ୍ଦୀ ଥିବା କୁଳଭୂଷଣ ଯାଦବଙ୍କୁ ୨ୟ ଥର କୂଟନୈତିକ ସହାୟତା ପ୍ରଦାନ କରିବାକୁ ପାକିସ୍ତାନ ମନା କରିଦେଇଛି। ପାକିସ୍ତାନୀ ବିଦେଶୀ ମନ୍ତ୍ରଣାଳୟ ମୁଖପାତ୍ର ମହମ୍ମଦ ଫୈସଲ ଏ ନେଇ ସୂଚନା ଦେଇଛନ୍ତି।

କୁଳଭୂଷଣଙ୍କୁ କୂଟନୈତିକ ସହାୟତା ଯୋଗାଇଦେବା ଲାଗି ଅନ୍ତର୍ଜାତୀୟ ନ୍ୟାୟିକ ଅଦାଲଦ(ଆଇସିଜେ) ପାକିସ୍ତାନକୁ ନିର୍ଦେଶ ଦେଇଥିଲେ। ଏହା ସତ୍ବେ ପାକିସ୍ତାନ ଏହାକୁ କାର୍ଯ୍ୟକାରୀ କରିବାକୁ ବିଳମ୍ବ କରିଥିଲା। ଗତ ସେପ୍ଟେମ୍ବର ୨ ତାରିଖରେ ପାକିସ୍ତାନ ପ୍ରଥମ ଥର କୁଳଭୂଷଣଙ୍କୁ କୂଟନୈତିକ ସହାୟତା ଯୋଗାଇଥିଲା। ଏହାପରେ ଭାରତୀୟ ଦୂତାବାସ ଅଧିକାରୀ କୁଳଭୂଷଣଙ୍କୁ ଭେଟି ଆଲୋଚନା କରିଥିଲେ। ଏକ ଅଜ୍ଞାତ ସ୍ଥାନରେ ଏହି ଆଲୋଚନା ହୋଇଥିଲା। କିନ୍ତୁ ପୁନର୍ବାର କୂଟନୈତିକ ସୁବିଧା ନ ଦେବା ଲାଗି ପାକିସ୍ତାନ ନିଷ୍ପତ୍ତି ନେଇଥିବା ଫୈସଲ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories