www.samajalive.in
Saturday, December 6, 2025
26.1 C
Bhubaneswar

ତାଲିବାନକୁ ଆକାଶ ମାର୍ଗରେ ସହାୟତା ଦେଉଛି ପାକିସ୍ତାନ

କାବୁଲ: ତାଲିବାନକୁ ପାକିସ୍ତାନ ସରକାର ପୂର୍ଣ୍ଣ ସମର୍ଥନ ଯୋଗାଇ ଦେଉଛନ୍ତି। ତାଲିବାନ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ଆଫଗାନିସ୍ତାନ ସରକାର ଏବଂ ଦେଶର ସଶସ୍ତ୍ର ବାହିନୀକୁ ପାକିସ୍ତାନ କଡା ଚେତାବନୀ ମଧ୍ୟ ଦେଇଛି। ଏଭଳି ଅଭିଯୋଗ ଆଣିଛନ୍ତି ଆଫଗାନିସ୍ତାନର ଉପ ରାଷ୍ଟ୍ରପତି ଅମରୁଲ୍ଲା ସାଲେହ। ସେ କହିଛନ୍ତି ଯେ ସ୍ପିନ ବୋଲଡାକ୍‍ ଅଞ୍ଚଳରେ ତାଲିବାନ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ପାକିସ୍ତାନ ସତର୍କ କରାଇ ଦେଇଛି। ପାକିସ୍ତାନର ବାୟୁସେନା ଆଫଗାନ ସରକାରଙ୍କୁ ଏହିଭଳି ଚେତାବନୀ ଦେଇଥିବା ସେ କହିଛନ୍ତି। ଯଦି ଆଫଗାନିସ୍ତାନ ସେଭଳି କୌଣସି ପଦକ୍ଷେପ ନିଏ ତେବେ ପାକିସ୍ତାନ ବିହିତ ପଦକ୍ଷେପ ଗ୍ରହଣ କରିବ ବୋଲି କୁହାଯାଇଛି। ସଂପ୍ରତି ପାକିସ୍ତାନର ବାୟୁସେନା ଏବଂ ଆଇଏସଆଇ ତାଲିବାନକୁ ପୂର୍ଣ୍ଣ ସମର୍ଥନ ଓ ସହାୟତା ଦେଉଛନ୍ତି।

ଇତିମଧ୍ୟରେ ତାଲିବାନ ଏବଂ ଆଫଗାନ ନେତୃବୃନ୍ଦ ଦେଶର ପଶ୍ଚିମାଞ୍ଚଳ ପ୍ରଦେଶରେ ଯୁଦ୍ଧବିରତି ନିମନ୍ତେ ରାଜି ହୋଇଥିବା ଖବର ହସ୍ତଗତ ହୋଇଛି। ଆଫଗାନି ସୈନ୍ୟ ଏବଂ ତାଲିବାନ ଲଢୁଆଙ୍କ ମଧ୍ୟରେ ଏହି ରାଜିନାମା ହୋଇଛି। ଆଦିବାସୀ ନେତାଙ୍କ ମଧ୍ୟସ୍ଥତାରେ ଏହି ରାଜିନାମା ହୋଇଥିବା ବାଦଘିସ ଗଭର୍ଣ୍ଣର ହେସାମୁଦ୍ଦିନ ଶାମସ କହିଛନ୍ତି। ତାଲିବାନ ଆଫଗାନିସ୍ତାନର ୮୫% ଅଞ୍ଚଳ ନିଜ ଦଖଲରେ ରଖିଥିବା ଦାବି କରୁଥିବାବେଳେ ଏହା ଅଧିକରୁ ଅଧିକ ଅଞ୍ଚଳ ଦଖଲ କରିବା ପ୍ରୟାସରେ ରହିଛି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories